Audio

Forum

Read

Contests

Language


Write

Sign in
Wohoo!,
Dear user,
ରଜ ଓ ପ୍ରିୟା (ବ୍ୟଙ୍ଗ କବିତା)
ରଜ ଓ ପ୍ରିୟା (ବ୍ୟଙ୍ଗ କବିତା)
★★★★★

© Prasant Kumar Nath

Comedy

1 Minutes   6.7K    6


Content Ranking

ପହିଲି ରଜରେ ପ୍ରିୟାକୁ ମୋହର
ଲଗେଇଲି ଯେବେ ଫୋଅନ
ସେପଟୁ ଶୁଣିଲି ପାକଳ କଣ୍ଠରେ
ମୋ ପ୍ରିୟା ମାଆର ଟୋଅନ ।
ପଚାରିଲି ଯେବେ ତାଙ୍କୁ ମୁଁ, ମାଉସୀ
ଅଙ୍କିତା ନାହିଁକି ଘରେ
କହିଲେ ପ୍ରଥମେ ତୋକଥା ବୁଝୁଛି
ସେ କଥା କହିବି ପରେ ।
କହିଲେ ମୋତେ ତୁ ମାଉସୀ ଡାକୁଛି
ତୋ କୋଉ ବାପର ଶାଳୀ
ତାପର କଥାଟା କହି ପାରିବିନି
ଶୁଣିଲି ମୁଁ ଯେଉଁ ଗାଳି ।
କହିଲି ଟିକିଏ କ୍ଷମା କରିଦିଅ
ମାଉସୀ ଦେଇଛି ଡାକି
ଭାବୁଥିଲି ମାଆ ଡାକିବି ବୋଲିକି
ସେତିକି ରଖିଛି ବାକି ।
ଚିହିଁକି ଉଠିଲେ ଅଙ୍କିତାର ମାଆ
ମାଆର ଶବ୍ଦଟା ଶୁଣି
କହିଲେ ତୁ କଣ ମୋ ଝିଅ ଘଇତା
ମାଆ ଡାକିଲୁଣି ପୁଣି ।
କହିଲେ ରାଗିକି ଆରେ ବାଡ଼ିପୋଡା
ମୋ ଝିଅ କାଶ୍ମୀର ସେଉ
ଚୁଟୁକି ମାରିଲେ ତାପାଇଁ ହଜାରେ
ଟୋକା ହେବେ ହାଉଯାଉ ।
ସେ ପରା ଗୋଟିଏ ଗୂଡ଼ ମାଠିଆଟେ
ଜନ୍ଦା ପିମ୍ପୁଡିଙ୍କ ଧାଡି
କିଏସେ ଯାଚୁଛି ଫ୍ଲାଆଟ ଗୋଟିଏ
କିଏ ମରସିଡିସି ଗାଡି ।
ଏହି ସବୁ କଥା ଶୁଣି ଲା ପରେ ମୁଁ
ଚକର ଖାଇଲା ମୁଣ୍ଡ
କହିବି କହିବି ଯାହା ମୁଁ ଭାବିଲେ
ଖନି ମାରିଗଲା ତୁଣ୍ଡ ।
କହିଥିଲା ପ୍ରିୟା ପହିଲି ରଜରେ
ମୋ ସାଥେ ରହିବ ବୋଲି
ପାର୍କଟା ସାରା ବୁଲି ବୁଲି ମୁହିଁ
ଜାଗାଟେ ବାଛିଛି କାଲି ।
ଭାବିଥିଲି ପାନ ନଖାଇ ରଜରେ
ପ୍ରିୟା ଓଠେ ହେବି ନାଲି
ଲିପ୍ସଟିକ ବୋଳା ତା ନାଲିଆ ଓଠକୁ
ଓଠରେ ଛୁଇଁବି ବୋଲି ।
ଦୋଳି ଲାଗୁନାହିଁ ଏବେତ ଗାଆଁରେ
ତା କୋଳେ ଖେଳିବି ଦୋଳି
ଦୋଳି ନିଶା ପୁରା ଛାଡ଼ିଗଲା ମୋର
ମାଆଠୁ ଶୁଣିକି ଗାଳି ।
ଫୋଅନ ରଖିକି ବସୁ ବସୁ ମୁହିଁ
ଗଡି ଯେ ପଡିଲି ହେଁସେ
ଏକା ନିଶ୍ୱାସରେ ଢକ ଢକ କରି
ପିଇଲି ପାଣିରୁ କଂସେ ।

ରଜ ମାଆ ପାନ

Rate the content


Originality
Flow
Language
Cover design

Comments

Post


Some text some message..