Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manjubala Kabi

Others

5.0  

Manjubala Kabi

Others

ଅଧା ଲେଖା ପ୍ରେମ ପତ୍ର

ଅଧା ଲେଖା ପ୍ରେମ ପତ୍ର

1 min
6.8K


      ଅଧା ଲେଖା ପ୍ରେମ ପତ୍ର

ସତେ କି ବା ମୋର   କର୍ମର ସଂସ୍କାର

  ଯେତେ ଥିଲା ଜୀବନର |

          ପାଣି ସୁଅ ପରି ଆସିଲେ ଉଭୁରି

ଅଧାରେ ରହିଲା   ଅଧା ଲେଖା ମୋର

  ଜୀବନର ପ୍ରେମ ପତ୍ର ||  -୧-||

ବୁଡ଼ିଲି କର୍ମରେ   ବିଚାରି ମନରେ

  ଶେଷ ହେଉ ଏ ଜଞ୍ଜାଳ;

          ଶିଙ୍ଗାର କରିବି, ଆନନ୍ଦେ ରହିବି

ପୂର୍ଣ୍ଣ ହେବ ମୋର   ଏହି ମର୍ତ୍ତ୍ୟପୁରେ

  ଅଭିଳାଷ ଜୀବନର ||  -୨-||

ବିଧିର ବିଚାର   ବିରାଟ ବିଚିତ୍ର,

  ପାରିଲିନି କିଛି ବୁଝି |

          କେମିତି ଆସିଲା ଅଦିନେ ପ୍ରଳୟ

ପତ୍ର ଗଲା ହଜି   ଆଜି ବି ପାଇନି 

  ସେହି ପ୍ରେମ ପତ୍ର ଖୋଜି ||  -୩-||

ଥମି ଗଲା ଯେତେ   ଝଡ଼ ଝଞ୍ଜା ସ୍ରୋତ

  ସ୍ତବ୍ଧ ନୀରବ ନିଶ୍ଚଳ |

          ଶୂନ୍ୟ ହେଲା କର୍ମ ଲୁଟି ଗଲା ମନ

ଥମିନି ଏ ଯାଏ   ବିରହ ବେଦନା,

  ବହୁଛି ନୟନୁ ନୀର ||  -୪-||

ଖସିଲା ଆକାଶ   ଫାଟିଲା ପୃଥିବୀ

  ହଜିଗଲା କାୟା ମୋର |

          ଚତୁର୍ଦିଗ ଶୂନ୍ୟ, ନିଶ୍ଚଳ ମଉନ

ରହି ଗଲା ଖାଲି   ଧମନୀରେ ପାଣି,

  ହୃଦ-ଗ୍ରନ୍ଥି ହାହାକାର ||  -୫-||

ମରନ୍ତେ ମୋ ଆଶା   ଏକ ଇ ଭରସା

  ଭରି ଅନ୍ତର-ଗହ୍ଵର |

ସେହି ଏକା ମୋତେ   କହେ ଅବିରତେ

  ପୋଛି ଦେ ଆଖିରୁ ନୀର |

ମୋ ସାଥୀରେ ଆସି   ଯାଆ ରେ ତୁ ମିଶି,

  ମୁଁ ସେହି ପ୍ରେମ ସାଗର ||  -୬-||

 

ମଞ୍ଜୁବାଳା କବି


Rate this content
Log in