Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

3  

Kamal Kumar Dash

Others

କବିର ଜୀବନ

କବିର ଜୀବନ

1 min
461


 

ମନ କଥା ଥରେ   କାଗଜେ ଲେଖିଲେ 

    ହାଲୁକା ହୁଏ ମୋ ମନ 

କିଏ ଥରେ ଅଧେ   ପଢୁ ବା ନ ପଢୁ 

     କଟି ଯାଏ ମୋର ଦିନ (1)

କବିର ଜୀବନ     ଖାଲି ସୃତି ଭରା 

     ସଂମ୍ପର୍କ ର ଭାବ ଧାରା 

ଖିଆଲୀ ମନର        ବିଗତ ଦିନର 

    ଶୀତଳ ଫଲ୍ଗୁ ଧାରା (2)

ଅମା ଅନ୍ଧାରରେ    ଜୋଛନା ଦେଖେ ସେ 

      ଚନ୍ଦ୍ରମାରେ ପ୍ରିୟତମା 

ମରୁଭୂମି ପରେ    କଲମ ମୁନରେ 

      ଖେଳାଏ ସେ ସବୁଜିମା (3)

ପ୍ରୀତିରେ ସେ ବୁଲେ  ପ୍ରେମ ନଉକା ରେ 

     ସପନ ନଈରେ ଭାସି 

ପରୀ ସାଥେ ଉଡେ   ନୀଳ ଆକାଶରେ 

     ବାଦଲ ଉପରେ ବସି (4)

ନିଆରା ଦୁନିଆଁ     ନିଆରା ମଣିଷ 

      ଭାବନାରେ  ଭାସୁଥାଏ 

ସକାଳେ ସଞ୍ଜରେ   ଖୁସିରେ ଦୁଃଖରେ 

      କବିତା ସେ ଲେଖୁଥାଏ (5)

ଦି ପଦ କବିତା     କିଛି କରତାଳି 

    ତା ଅନ୍ତର ଛୁଇଁ ଯାଏ  

ବନ୍ଧୁଙ୍କ ମେଳରେ   ଖୁସିରେ କାନ୍ଦେସେ 

    ଅତୀତ ରେ ହଜି ଯାଏ (6)


Rate this content
Log in