Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Inspirational Abstract

2  

Arun Kumar Mitra

Inspirational Abstract

କୀର୍ତ୍ତିଯସ୍ୟ ସଃ ଜୀବତି

କୀର୍ତ୍ତିଯସ୍ୟ ସଃ ଜୀବତି

1 min
6.5K


ଦୁନିଆ ଛାଡିକି ଯିବ ଯେତେବେଳେ

ସଂଗେ ଯିବନି କିଛି

ଧନଦୌଲତ ଟଙ୍କା ଗହଣା

ଆଉ ଯାହା କିଛି ଅଛି ।

ଧୂଆଁ ହେଇ ତୁମେ ଉଡିବ କିମ୍ବା

ମିଶିବ ମାଟିର ସାଥେ

ଅମରତ୍ଵର ଚାବିଟିଏ କାହିଁ

ଅଛି କି ତୁମର ହାତେ ।

ମିଛ ଏ ଗର୍ବ ଅହଙ୍କାର,

ମିଛ ଏ ଆସ୍ଫାଳଣ

କେହି ତ ତୁମକୁ ରଖିବେନି ମନେ

ଯେତେ ହୁଅ ଧନବାନ ।

ତୁମ ଅର୍ଜିତ ସମ୍ପଦ ରାଶି

ଯାହାକୁ କରିବ ଦାନ

ଅକୃତଜ୍ଞ ସେହି ଲୋକମାନେ

ରଖିବେନି ସମ୍ମାନ ।

ପୁତ୍ର ହେଉ ବା କନ୍ୟା ହେଉ

ବା ଆତ୍ମୀୟ ସ୍ଵଜନ

ଯେତେ ଦେଇ ଥାଉ ଭରିବନି ପେଟ

ଆଉ ତାଙ୍କରି ମନ ।

ଚିରଞ୍ଜୀବି ରହିବ ତୁମେ

କର୍ମ କର ଭଲ

ସର୍ବ ଜନେ ରଖିବେ ମନେ

ହଜାର ବର୍ଷକାଳ ।

ମଣିଷଟିଏ ବଞ୍ଚିକି ରହେ

ସୁ ~ କାର୍ତ୍ତି ଆଉ ଯଶେ,

କାର୍ତ୍ତିମାନଙ୍କ କାର୍ତ୍ତି ଗାଥା

ରହଇ ଦେଶେ ଦେଶେ ।

ପାଇଲ ତୁମେ ଶ୍ରେଷ୍ଠ ଜନ୍ମ

ଏମିତି କର କାମ

ସଭିଙ୍କର ହୃଦୟ ମଧ୍ୟେ

ରହିବ ତୁମ ନାମ ।

ଈଶ୍ଵର ତାଙ୍କ ନିପୁଣ ହାତରେ

ଗଢିଲେ ମଣିଷ ଜାତି

ଦୁର୍ଲ୍ଲଭ ଏହି ମାନବ ଜୀବନ

କାର୍ତ୍ତିଯସ୍ୟ ସଃ ଜୀବତି ।

 


Rate this content
Log in

Similar oriya poem from Inspirational