Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ବିମୁଦ୍ରିକରଣ

ବିମୁଦ୍ରିକରଣ

1 min
6.7K


ବିମୁଦ୍ରିକରଣ

 

ଦିଲ୍ଲୀଶ୍ଵର ହଠାତ୍ ସେଦିନ

ହୁକୁମ କଲେ ଜାରି

କଳା ଟଙ୍କା ରଖିଛ ଯିଏ

ତାକୁ ପଡିବ ଭାରି  ॥

ମନ୍ତ୍ରୀ ଅମଲା ସେନାନୀ ସବୁ

ଭାରି ତତ୍ପର ଦେଶେ

ସୁବର୍ଣ୍ଣ ଯୁଗ ଆସିଲା ବୋଧେ

ଘୋର କଳିର ଶେଷେ  ॥

ପଣ୍ଡିତ ମାନେ ହସି କହିଲେ

ଏଇନା ହେଲେ ରାଜା

ମହାଜନ କଳାବଜାରୀର

ଦେଖ ଏଥର ସଜା  ॥

କୋଟି କୋଟି କଞ୍ଚା ଟଙ୍କା

ଯାହାର ଥିଲା ଯେତେ

ଅଗ୍ନିରେ କେହି ଆହୁତି ଦେଲେ

କେଇ ନଈର ସ୍ରୋତେ  ॥

ଚୋର ଡକାୟତ ଲୁଟେରା ମଧ୍ୟ

ଗଣିଲେ ପ୍ରମାଦ ଶେଷେ

ପାକିସ୍ତାନୀ ସନ୍ତ୍ରାସର

ଦଫାରଫା ଅକ୍ଳେଶେ  ॥

ଗରିବ ଗୁରୁବା ମଧ୍ୟବିତ୍ତ

ଆମଦାନୀ ଯା’ର ଅଳ୍ପ

ଉଲ୍ଲାସରେ ନାଚିଲେ ଶୁଣି

ଭବିଷ୍ୟତର ଗଳ୍ପ  ॥

ଗୁପ୍ତଧନ ରଖେ କେମିତି

ଧନୀ ମୁଣ୍ଡରେ ହାତ

ଦୁଇ ଚାରି ଦିନ ଗଲା ପରେ

ସଭିଙ୍କୁ ସନ୍ନିପାତ  ॥

ଗୃହିଣୀ ସଞ୍ଚିତ ଧନ

କରତା ହାତରେ ପଡି

କାହାରି ଶେଷ, ରହିଲା ଯାହାର

ରାଜାର ନଜର ଦାରୀ  ॥

ଦିନରାତ୍ରି ଟଙ୍କା ପାଇଁ

ସଭିଏଁ ଦେଲେ ଲାଇନ୍

କେହି କହିଲେ ଧନ୍ୟ ରାଜା

ଧନ୍ୟ ତାଙ୍କ ଆଇନ୍  ॥

ଝିଅର ବାହା ସ୍ଥଗିତ ହେଲା

ଟଙ୍କା ନାହିଁ ହାତେ

ଅସ୍ତବ୍ୟସ୍ତ ହେଲେଣି ଲୋକ

କେହି ମଲେ ହୃଦ୍ ଘାତେ  ॥

ମନ୍ଦାକ୍ରାନ୍ତା ହେଲା ବେପାର

କର୍ମହୀନ ଲୋକେ

ସାର ବିହନ କିଣି ନ ପାରି

କୃଷକ କାନ୍ଦେ ଦୁଃଖେ  ॥

ଆଉ କେଇ ଦିନ ସମୟ ଦିଅ

ରାଜାର ଅଭୟ ବାଣୀ

ଆଉ ଡେରି ନାହିଁ ଭଲଦିନଟେ

ପାଖରେ ପହଁଚିଲାଣି  ॥

ଜନମନରେ ଉତ୍କଣ୍ଠା

ହେଲାକି ସର୍ବନାଶ 

କହିବ ସମୟ ଭଲ ମନ୍ଦ

ସାକ୍ଷୀ ଇତିହାସ  ॥

 


Rate this content
Log in