Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Others

5.0  

BISWESWAR MAJHI

Others

ବନ୍ଧୁ ରେ ବନ୍ଧୁ

ବନ୍ଧୁ ରେ ବନ୍ଧୁ

1 min
422


,ବନ୍ଧୁର ପଥର ସାଥୀଟିଏ ମୋ ବନ୍ଧୁ

ବନ୍ଧନ ସୁଦୃଢ଼ କରେ ସେହି ବନ୍ଧୁ ।


ବନ୍ଧନ ସକଳ ଛିନ୍ନ କରେ ବନ୍ଧୁ

ବନ୍ଧନୀରେ ଆତ୍ମୀୟତା ଭରେ ବନ୍ଧୁ ।


ବନ୍ଧୁର ହେବାକୁ ଦିଏନା ସମ୍ପର୍କ ବନ୍ଧୁ

ବନ୍ଧୁରତା ଭେଦ କରିପାରେ ବନ୍ଧୁ ।


ବନ୍ଧନରେ ଶିଥିଳତା ସହେନାହିଁ ବନ୍ଧୁ

ବନ୍ଧନରେ ମୁକ୍ତିର ଅନୁଭୂତି ଦିଏ ବନ୍ଧୁ।


ବନ୍ଦ ଦରବାଜା ଖୋଲିପାରେ ବନ୍ଧୁ

ବନ୍ଦନାର ଯୋଗ୍ୟ ବ୍ୟକ୍ତିଟିଏ ବନ୍ଧୁ ।


ବନ୍ଧୁର ବିପଦେ ସହାୟତା ଦିଏ ବନ୍ଧୁ

ବନ୍ଧୁ ମହାନ୍ତିର ପରା ତୁମେ ଶ୍ରେଷ୍ଠ ବନ୍ଧୁ ।


ବଦ୍ଧ ଜୀବ କାହୁଁ ଜାଣିବି ବା ବନ୍ଧୁ

ବଦ୍ଧ ଯୋଗ୍ୟ କେବେ ହୋଇଛି କି ବନ୍ଧୁ !


ବନ୍ଧୁ ଜଗତର ନାମ ତବ ଜଗବନ୍ଧୁ

ବନ୍ଧୁକୁ କିମ୍ପାଇ ତୀକ୍ଷ୍‌ଣ ଶଳାକାରେ ବିନ୍ଧୁ !


ବନ୍ଧୁ ବୋଲି ତବ ପାଦେ ଶରଣ ମୁଁ ବନ୍ଧୁ

ବନ୍ଧୁ ଆହେ ପାରିକର ମତେ ଭବ ବନ୍ଧୁ !



Rate this content
Log in