ବାଃ ବାଃ ରେ ଜୀବନ
ବାଃ ବାଃ ରେ ଜୀବନ
ବାଃ ବାଃ ରେ ଜୀବନ
ତୋତେ ସଲାମ କରୁଛି
କେତେ ଘାତ ଆଉ ପ୍ରତିଘାତ
ଭିତରେ ଚାଲିଛି ଏ .....
ରହିବାର ଲାଚ୍ଛନା ନାହିଁ ।
କି ଆଗକୁ ଯିବାର ପ୍ରତ୍ୟାଶାରେ
ଜୀବନଠୁ କିଛି ପାଇବାର ମଧ୍ୟ
ଆଶା ଆଉ ଅଶ୍ୱ।ଶନା ମଧ୍ୟ ନାହିଁ ।
ଜୀବନ ଚାଲିଛି ତା ବାଟରେ
ପ୍ରଶ୍ନ କରିବାକୁ କେହି ନାହିଁ
ଯଦିବି ଉତ୍ତର ଆଶେ
ତାହା କେବଳ ଗୋଟେ
ନିଶବ୍ଦର ନିରାବତା ହିଁ
ଶୁଣାଯାଏ ନିଜକୁ ।
କେହି ଜଣେ ଯେମିତି ଅଟକି ଯାଇଛି
ଏକ ଅଜଣା ବାଟରେ ।
ପଚାରିବାକୁ କେହି ନାହିଁ
ତାର ଲକ୍ଷ ସ୍ଥଳ ବିଷୟରେ ।
କିଏ ବା ଜାଣିବ କାହାର କଣ ଇଛା
ଏଇତ ଜୀବନ ଦର୍ଶନ
ଯଉଥିରେ ଭରି ରହିଛି
ଅନେକ କାମନା ଆଉ ବାଶନାର ଗନ୍ଧ
ବିଚରା ଏ ନିର୍ବୋଧ ମଣିଷଟା
ବୁଝିପାରେନା , ଖାଲି
ମାଡିଚାଲେ ମୋର ମୋର କହି ।
କଣ ବା ମିଳେ କେଜାଣି ।
ଗୋଟେ ଅପ୍ରାପ୍ତିର ସ୍ବପ୍ନ ନେଇ
ବଂଚି ରହେ ଏକ ନୂତନ
ସକାଳର ଅପେକ୍ଷାରେ
ନା କେବେ ସେ ସକାଳ ଆସେ
ନା କେବେ ତାର କାମନାର ଗନ୍ଧ
ମନରୁ ଓଲ୍ହାଏ ।
ବାଃ ବାଃ ରେ ଜୀବନ
ତୋତେ କିଏବା
ନ କରିବ ସଲାମ ।