Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dibyajyoti Mohanty

Romance Abstract Tragedy

3  

Dibyajyoti Mohanty

Romance Abstract Tragedy

ସେତୁ ଆମ ସମ୍ପର୍କର

ସେତୁ ଆମ ସମ୍ପର୍କର

1 min
6.9K


କେଉଁ ଏକ ଦୁର୍ବଳ ସମୟ ଗଢିତୋଳିଲା ଆମ ଭିତରେ ଗୋଟେ ସୁନ୍ଦର ସମ୍ପର୍କ ।

ଆଉ ସେ ସମ୍ପର୍କକୁ ବେଶ୍ ମଜ୍ବୁତ୍ କରିବାରେ ସହାୟକ ହେଲା ପ୍ରତିଜ୍ଞାର ପିଲାର୍ ଉପରେ ଛିଡାହୋଇଥିବା ସାତଜନମର ସେତୁ ।

ସ୍ପନ୍ଦନର ତାଳେ ତାଳେ ମନଗହନରେ ନାଚି ଗାଇ ବୁଲିବାକୁ ଲାଗିଲା ଶୋଳବୟସୀ ହୃଦୟ ।

ସାରଙ୍ଗ ବଣରେ ସାମନ୍ତ ମେଳରେ ସମ୍ପର୍କ ଗାଉଥିଲା ସଦା, ସାଥୀ ତୁମ ଗାଥା କବିତା ।

ସୀମନ୍ତିନୀ ତୁମେ ସଞ୍ଜୀବନି ସାଜି ସଜେଇଲ ମୋ ସଜଫୁଟା ହୃଦୟକୁ ।

ନୀତି ସଂଜ ସକାଳର ସାରଥୀ ହୋଇ ଜୀବନକୁ ମୋର କରିତୋଳିଲ ସାର୍ଥକ ।

ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା ।

ସବୁ ସମସ୍ୟା ସମାଧାନର ସୂତ୍ର ଖୋଜେ ମାତ୍ର ସମ୍ଭାବନା ସବୁବେଳେ ମଣିଷର ବାଟଚାହିଁ ବସିଥାଏ ।

ସୁରୁଜର ସଂଜ୍ଞା ନେଇ ସମ୍ପର୍କର ଦ୍ୱାହୀ ଦେଇ ସଫଳତାର ଶିଖରରେ ପହଂଚାଇଲ ।

ସିଂହଳୀ ରାଜକନ୍ୟା ତୁମେ ସଅଳ ମୋ ସଂସାରେ ଆସିବ ବୋଲି କଥା ଦେଇ ସାଗର ତରଙ୍ଗିଣୀ ପରି ସାବର ଶ୍ରୀକ୍ଷେତ୍ରେ କାହିଁ ଚାଲିଗଲ ।

ସମ୍ପର୍କ ଆମର ମନେ ମୋର ସତ ସିଂହର ବଳ ପରି ସାହାସ ବାନ୍ଧିଥିଲା ।

ସାଥୀ କେଜାଣି କାହିିଁକି ତୁମେ ତାହା ନ ବୁଝି କରିଗଲ ମୋତେ ସାତପର ଆଉ ଭାଙ୍ଗି ଦେଲ ସେତୁ ଆମ ସମ୍ପର୍କର...

ଦିବ୍ୟଜ୍ୟୋତି ମହାନ୍ତି

Email-mikunmohanty63@gmail.com


Rate this content
Log in