Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Romance

5.0  

Dr. Shiba Prasad Tripathy

Romance

ରାତି ପାହିବା ଆଗରୁ

ରାତି ପାହିବା ଆଗରୁ

1 min
7.0K


ରାତି ପାହିବା ଆଗରୁ ଆସ ଥରେ

ନିରୋଳାରେ ବସି ଗପ-ସପ କରିବା

ଅଲୋଡା ମୁହୂର୍ତ୍ତ ମାନଙ୍କ ସହ ,

ମନେଇ ନେବା ଆମେ-ଆମକୁ

ବୁଝାମଣା ସ୍ବାକ୍ଷରରେ

ଝୁଲୁଥିବା ତାରା ମାନଙ୍କୁ

ଛାତି କରୋଡରେ ।

ହୁଗୁଳା କରିଦେବା

ଆମେ-ଆମର

ମନ ଓ ଦେହ

ପାଦ ତଳର ଆକାଶକୁ,

ହାଇ ମାରି ମାରି ବ୍ଯସ୍ତ ହୋଇ ପଡୁଥିବା

କ୍ଳାନ୍ତ ଶରୀରକୁ ।

ଧୋଇଦେଇ ସତେଜ କରିଦେବା

ଆମେ- ଆମକୁ

ଜହ୍ନ ଆଲୁଅରେ

ଓଠ ଫାଙ୍କରୁ ଝରୁଥିବା

ଶୁଖିଲା ହସ ଆଉ

ଆମ ପାହାନ୍ତି ସପନକୁ ।


ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)


Rate this content
Log in

Similar oriya poem from Romance