ଜୀବନ ଗୀତା- ୧୦୨
ଜୀବନ ଗୀତା- ୧୦୨
1 min
6.5K
ଜୀବନ ଗୀତା- ୧୦୨
ଜୀବନର ନୀଳ ନିବିଡ
ଅନୁଭବ ଅଟେ ଯନ୍ତ୍ରଣା
ଭୋଗିନାହିଁ ବୋଲି କହେ ଯେ
କରେ ସେ ତ ଖାଲି ଛଳନା ॥୦॥
ଏକାନ୍ତ ଯନ୍ତ୍ରଣାର ଏକାତ୍ମ ଅନୁଭବ
ଆଣିଦିଏ ଜୀବନେ ସତ୍ୟର ଅନୁଭବ
ନିଃସଙ୍ଗତା କି ଶୂନ୍ୟତା
ଯନ୍ତ୍ରଣାର ପ୍ରତିରୂପର
ଗୋଟିଏ ଗୋଟିଏ ନମୁନା ॥୧॥
ଚିତ୍ତର ଉତ୍ତରଣ ଘଟାଏ ବିବର୍ତ୍ତନ
ଆଧ୍ୟାତ୍ମିକ ପଥରେ ଧାବିତ ହୁଏ ମନ
ଉତ୍ତରଣରେ ଅଧମ
ମାନବର ମୂଳଉତ୍ସର
ମିଳିଯାଏ ସ୍ଥାୟୀ ଠିକଣା ॥୨॥