Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

3  

K. Nirmal

Others

ପୁରୁଣା ଚିଠିଟିଏ

ପୁରୁଣା ଚିଠିଟିଏ

1 min
188



ନୂତନ ଦିନରେ ପୁରୁଣା ଚିଠିର

ଆବୃତ୍ତି ଦେଉଛି ଦୁଃଖ,

ତଥାପି ତ ସେଇ ବିଗତ ଦିନ ମୋ

ଝରିଗଲେ ଦିଏ ସୁଖ।


ବିଦେଶ ରାଇଜେ ଲେଖେ ଯେବେ ରହି

ମା'ଙ୍କ ପାଖକୁ ମୁଁ ଚିଠି,

ଲେଖିଥାଏ ନିତି ହୃଦୟର କଥା

ସେନେହ ଅଛି ଯେଉଁଠି ।


ଦିନକର କଥା ମନେପଡେ ମୋର

ଲେଖିଥିବା ଚିଠି ପ୍ରଥା,

ମା'ତୁମ ମିଠା ମଧୁର ମିଛଟି ସତେ

ଲାଗୁଥିଲା ସତ କଥା ।


ଯେତେବେଳେ ତୁମେ ମିଛରେ ମିଛରେ

କହୁଥିଲ ମୋତେ କିଛି,

ସତ ଭାବି ମୁହିଁ ତୁମରି ପଣତେ

ଯାଉଥିଲି ମୁହିଁ ଲୁଚି।


ଯଦି କେବେ ରାତି ନୀରବ ପ୍ରହରେ

କାନ୍ଦି ଉଠେ ରାହାଧରି,

ନ ଶୋଇବାକୁ ଅଝଟ କରିଲେ ମୁଁ

କୋଳକୁ ନିଅ ଯେ ଧରି ।


ତୁମରି କୋଳରେ ଶୋଇଗଲେ ମା

ରାଜ ସୁଖ ଏତ ଭାଗେ,

ଦୁନିଆର ଯେତେ ସୁଖ ଥିଲେ ଥାଉ

ସବୁ ମୋତେ ତୁଚ୍ଛ ଲାଗେ ।


ଛନ୍ଦ କପଟର ସଂସାରରେ ତୁମେ

ସତେ କେତେ ଶାନ୍ତି ମୟ,

ସୁଖ ସନ୍ତୋଷରେ ଭରିଦିଅ ମାଗୋ

କରିବି ଜଗତ ଜୟ ।


କଲ୍ୟାଣମୟୀ ମା' ପ୍ରେମମୟୀ ତୁମେ

ସୁନ୍ଦର ସେ ଅନୁଭବ ।

ସାଇତି ରଖିଛି ହୃଦୟେ ସେସବୁ

ଭୁଲ୍ ଥିଲେ କ୍ଷମା ଦେବ ।



◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ୍:-୯୫୬୬୧୧୩୬୦୭

◆ Gmail:- nirmaln270@gmail.com


Rate this content
Log in