Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ବୁଝାବଣା

ବୁଝାବଣା

1 min
7K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଜହ୍ନଲୋ ତତେ ପୁନେଇଁ ରାଣ

ହସି ହସି କହିଦେ....

ଅମେଇସାରେ କୁଆଡେ ଯାଉ

କା'ଘରେ ଶୋଉ

ମନ୍ଦ ବୁଦ୍ଧି ଛାଡିଦେ.....


ଏତିକି କଥାରେ

ରୁଷି ଗଲୁକିଲୋ

ରାଗେନା ଆଉ ଜମା......

ପନ୍ଦର ଦିନିଆ

ଘରଣୀ ସାଜିମୋ

ଭରି ପ୍ରୀତି ଉପମା....


ଯା ପଛେ

ପରଘର ସଜନୀଲୋ

ଆକଟ କରୁନି ତୋତେ....

କାଳି ବୋଳି ମୁହେଁ

ଆସୁ ବୋଲି ତୁହି

ଲାଜ ତ ମାଡୁଛି ମୋତେ....


ଏତେ ଗୁଣ ପରା

ଥିଲା ବୋଲି ତୋର

ଜଣା ତ ନଥିଲା ଆଉ...

ଆଖି ମଳି ମଳି

କାନ୍ଦୁଛି ରାଣୀଲୋ

ସମ୍ପର୍କ ସେମିତି ଥାଉ...


Rate this content
Log in