ମୋ ସ୍ଵପ୍ନର ନୀଳାକାଶ
ମୋ ସ୍ଵପ୍ନର ନୀଳାକାଶ
ସଂସାରର ଏଇ ମୋହ ମାୟା
ମରିଚିକା ଭିତରେ
ମୁଁ ନିର୍ନିମେଷ ନୟନରେ ଚାହିଁ ରହିଛି
ମୋ ସ୍ଵପ୍ନର ନୀଳାକାଶକୁ
ରାତ୍ରୀର ଅନ୍ଧାର ଭିତରେ
ତୋ'ର ଯେତେ ସବୁ ସ୍ମୃତି
ଗୋଟି ଗୋଟି କରି ସାଉଁଟି ଚାଲିଛି
ହେଲେ ବିଡମ୍ବନା ......
ତତେ' ଛୁଇଁବା ଆଗରୁ ତୁ' ଦୂରେଇ ଯାଉ
ମୋ' ଆଖି ପଲକରୁ ।
ତୋ' ପାଇଁ ମୋ ଆଖିରେ ଥିବା
ଅସମିତ ସ୍ଵପ୍ନ ଧୂଷର ଫର୍ଦ୍ଦ ପରି
ରହି ଯାଇଛି ଜୀବନର ଅତୀତ ପୃଷ୍ଠାରେ
ଅଛିଣ୍ତା ମାନସାଙ୍କ ପରି ।
ଏବେ ଆଗ ଭଳି
ମୁଁ ଆଉ ଚଳ ଚଞ୍ଚଳ ନୁହେଁ
ନିତି କବିତା ଲେଖେ ଆଉ ଚିରେ
ଭାବେ ତୁ' ଆସିବୁ ଆଉ ମୁଁ ତତେ
ପଢି ଶୁଣାଇବି ମୋ' କବିତାର
ପ୍ରତିଟି ପଂକ୍ତିକୁ ।
ହେଲେ ......
ରାତ୍ରୀର ବୟସ ବଢେ ଆଉ
ମୁଁ ତତେ' ଖୋଜି ଚାଲେ ତନ୍ନ ତନ୍ନ କରି
ମୋ' ହୃଦୟର ପ୍ରତିଟି ସ୍ପନ୍ଦନରେ ।
ମୋ ଶରୀରଟା ଯେଉଁଠି ଥାଉନା କାହିଁକି
ଆତ୍ମାଟା ତ ବନ୍ଧା ପଡିଛି
ତୋ' ଆତ୍ମା ପାଖରେ .....
ମନକୁ ବୁଝାଇ ଦିଏ ,,,,
ଦୁଃଖ କାହିଁକି କରିବି
ଏ ଜନ୍ମରେ ନ ହେଲା ନାହିଁ
ତୋ' ସହ ଦେଖା ହେବ ଆର ଜନମରେ
କାହିଁକି ନା ତୁ' ପରା ମୋ'
"ସ୍ଵପ୍ନର ନୀଳାକାଶ" ।
##ମମତା ମଞ୍ଜରୀ ଦାସ ,କଟକ##