ତୁମେ ନିଜେ ନିଜ ଠିକଣା
ତୁମେ ନିଜେ ନିଜ ଠିକଣା
କବିତା ! ତୁମେ ଯେ, ଆତ୍ମସ୍ରୋତିନୀ
ଭାବର ପରିସ୍ପୁୁଟନ,
ଭଲ ନଲାଗ ବା କାହାକୁ
କୁହ, କିଏ କହେ ତମକୁ
ସ୍ପତସ୍ପୃହ୍ ମାନସିକ ଅବେଗର ମନ୍ଦାକିନୀ,
ସଂବୋଧିର ସଂଳାପ,
ଲକ୍ଷ୍ୟ ନିଶ୍ଚିତ ଯେ
ତୁମ ଜ୍ଞାନସାଗର ସଂଗମ । (୧)
ସୃଷ୍ଟି ତୁମେ,
ସ୍ୱର ତୁମେ ହୃଦୟ ଗଙ୍ଗୋତ୍ରିର,
ତୁମ ନାଦେ ବ୍ରହ୍ମାଣ୍ଡ ବ୍ରହ୍ମ ନାଭି କମଳ,
ଓଁକାରନାଦ ସାରସ୍ୱତ ବୀଣାତାନ,
ସମାହିତ, ସବୁର ଆଦି ତୁମେ କବିତା । (୨)
ତୁମେ ଶବ୍ଧ,
ତୁମେ ତରଙ୍ଗ,
ତୁମେ ରସ,
ରାସ ଓ ଶୃଙ୍ଗାର ଯିଏ ଶୁଣେ,
ଆଙ୍କିଦିଅ ହୃଦୟେ ଅଲିଭା ସ୍ମୃତିର ଆଲେଖ୍ୟ । (୩)
ତୁମେ ମାନସୀ ଇଚ୍ଛାକନ୍ୟା
ହୋଇପାର କପୋଳକଳ୍ପିତ,
କିନ୍ତୁ ଦରକାରନାହିଁ
ଦେବାକୁ ତୁମ ପରିଚୟ କି ଠିକଣା,
ସଂଘଟଣା, ସଂହତଭାବାବେଗ ସମଦର୍ଶୀ ହୃଦୟଟି
ଆପଣାଏ ଆପେ ଆପେ
ତୁମକୁ ସାଧ୍ୟମତ୍ତେ ଲେଖିନିଏ
ନିଜହାତେ ନିଜ ଇତିହାସ,
ତୁମେ ସୃଷ୍ଟି, ସ୍ଥିତି, ବିଲୟ
ତୁମ ପ୍ରେମୀକର ମାନସୀ
ଇଛକନ୍ୟା ରହୁଥିବା ଗଳି ହିଁ-
ତୁମ ନିଜସ୍ୱ ଠିକଣା,
ହୋଇପାରେ ସମାହିତ କିଛି ଶବ୍ଧ, ଧାଡି, ପଂକ୍ତିରେ
କିନ୍ତୁ ନୁହଁ କେବେ ତୁମେ ଅନାମିକା କବିତା-
ତୁମେ ନିଜେ ନିଜ ଠିକଣା । (୪)
କଶ୍ୟପ, ରାମ ବିଶୋଇ, ସକାଳ-୮-୨୮-ମିନିଟ, ତା-୦୩-୧୨-୧୬ ରାୟଗଡା ।