Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଜୋତାର ଆତ୍ମକଥା

ଜୋତାର ଆତ୍ମକଥା

1 min
13.8K


ଚମଡା ହେଉ କି ରେକ୍ସିନ୍ ତିଆରି ନାମଟି ଆମର ଜୋତା

"ଏକ ଦୁଜେକେ ଲିୟେ ବନେ ହମ୍" ଦୃଢ ଆମର ଏକତା ।

ଜଣକୁ ଛାଡିଲେ ଆର ଜଣ ଆମ ଦଣ୍ଡେ ହେବନି ସଚଳ

ଚାଲିବୁ ତ ଦୁଇ ନ ହେଲେ ନାହିଁ -ଏକ ଆରେକର ବଳ ।

ଆମ ବିନା ଦଣ୍ଡେ ଚଳି ପାରିବନି ସଉକି ମାନବ ଜାତି

କିଚେନ୍ ହଉକି ବାଥରୁମ୍ ହଉ ଲୋଡିବ ଆମର ସାଥୀ ।

ସ୍ଲିପର୍ ସାଣ୍ଡାଲ୍ ହାୱାଇ ସୁ ଅନେକ ଆମ ପ୍ରକାର

ଫିଟ୍ ଦିଶିବା ପାଇଁ ହାଇହିଲ୍ ମହିଳାଙ୍କ ଦରକାର ।

କଣ୍ଟା ଫୁଟିବନି ପାଦରେ ତୁମର ସମ୍ଭାଳିବା ଆମ କାମ

ଗୋବର କାଦୁଅ ସବୁ ସମ୍ଭାଳିବୁ ପାଦକୁ ଦେବୁ ଆରାମ ।

ପିନ୍ଧି ଦେଲେ ଥରେ ମଚ୍ ମଚ୍ ଚାଲ ଭାଉ ତୁମ ବଢିଯାଏ

ଖେଳାଳି ମାନଙ୍କ କରାମତି ବାବୁ ଆମ ବିନା ଜଣା ଯାଏ !

ପାପ ଧୋଇବାକୁ ମନ୍ଦିରକୁ ଯିବ ବାହାରେ ଆମକୁ ଥୋଇ

ଏଡେ ସ୍ୱାର୍ଥପର- ପୂଣ୍ୟ କରିବାର ଅଧିକାର ଆମ ନାହିଁ !

ତୁମ ଦୁଃଖର ସାଥୀ ଆମେ ପରା ସୁଖରେ ଲୋଡା ନୋହୁଁ

ଜୋତା କହେ ସେବା ଧରମ ଆମର ପୂଣ୍ୟ ଚୁଲିକୁ ଯାଉ !

          ବିଶ୍ୱେଶ୍ୱର ମାଝୀ


Rate this content
Log in