Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

3  

K. Nirmal

Others

ଢକଲମ

ଢକଲମ

1 min
4.8K


ଢକଲମ ଢୁକେ ମାରିଦେଲେ ଲୋକେ

ନାଗିନୀ ଡେନ୍ସ କରେ,

ନିଜକୁ ଭାବେ ମୁଁ ଆଜି ମିନିଷ୍ଟର

ସଭାରେ ଅଛି ଘେରରେ....

ପାଣିରେ ପହଁରି ନିଜକୁ ଭାବେ ସେ

ଉଡୁଛି ମୁଁ ଆକାଶରେ,

ଯେତେବେଳେ ତା'ର ନିଶା ଭାଙ୍ଗିଯାଏ

ପଡ଼ିଥାଏ କଚଡ଼ାରେ।

ଯୁଗ ବଦଳୁଛି କହୁଛନ୍ତି ଏଠି

ସମସ୍ତଙ୍କ ଘରେ ଘରେ,

ଦେଖ ଆଜି ଝିଅ ,ବୋହୂଙ୍କ ଇଜ୍ଜତ

ପଡ଼ିଯାଏ ଏ ନର୍କରେ ।

ବେଳ ଥାଉ ଥାଉ ସୁଧୁରି ଯାଅନ୍ତୁ

ହସ ଖୁସି ଦୁନିଆରେ,

ଭବିଷ୍ୟତ ତୁମ ଆଖିର ସାମ୍ନାରେ

ମୁହଁ ଫେରି ଦେଖ ଥରେ .......।।


କେ.ନିର୍ମଳ

ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

ମୋବାଇଲ:-୯୫୬୬୧୧୩୬୦୭

Gmail :-nirmaln270@gmail.com


Rate this content
Log in