ଜୀବନ ଗୀତା-୧୭୮
ଜୀବନ ଗୀତା-୧୭୮
1 min
6.7K
ଜୀବନର ତୃଣମୂଳ
ଅଟେ ପିଲାବେଳ
ମାନସରେ ଦିଶୁଥାଏ
ସଦା ଜଳଜଳ ॥୦॥
ସେ ଦିନର ଅନୁଭୂତି
ଭାଷାରେ ଶବ୍ଦରେ
ବଖାଣି ପାରିବ କିଏ
ତାକୁ ବା ବାକ୍ୟରେ
ହୀରା ମୋତି ସମ
ସାଇତା ସଂପଦ
ଯତନେ ସାଇତି ରଖେ
ସ୍ମୃତି ଗନ୍ତାଘର ॥୧॥
ଆତ୍ମତୃପ୍ତି ମିଳିଯାଏ
ଭାବିଦେଲେ ଥରେ
ପିତାମାତା ଆଶୀର୍ବାଦ
ଝରଝର ଝରେ
ଶେଷ ପାହାଚରେ
ପାଦ ଦେଲାପରେ
ପଦ୍ମପତ୍ରରେ ସଲିଳ
ସମ ଟଳମଳ ॥୨॥