Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

2.0  

Prasant Kumar Nath

Inspirational

ଆମେ ଅଗଷ୍ଟ ପନ୍ଦର ପାଳୁଛୁ

ଆମେ ଅଗଷ୍ଟ ପନ୍ଦର ପାଳୁଛୁ

1 min
257


ଆମେ ଅଗଷ୍ଟ ପନ୍ଦର ପାଳୁଛୁ

ଅଗଷ୍ଟ ପନ୍ଦର ପାଳୁଛୁ

ଜନଗଣ ମନ ଗାଉଛୁ

ତ୍ରିରଙ୍ଗା ଉଡେଇ ଝୁଡ଼ିବୁନ୍ଦି ଖାଇ

ଜୟହିନ୍ଦ ବୋଲି କହୁଛୁ

             ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ସଂଗ୍ରାମୀଙ୍କୁ ମନେ ରଖିଛୁ

ପ୍ରତିମୂର୍ତ୍ତି ତାଙ୍କ ଦେଖିଛୁ

ସ୍ୱାଧୀନତା ଦିବସ ଆସିଯାଏ ଯେବେ

ତାଙ୍କୁ ଧୁଆ ଧୁଇ କରୁଛୁ

              ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ପାଦ ତଳୁ ଘାସ ବାଛୁଛୁ

ଭାଙ୍ଗିଥିଲେ ତାକୁ ନେସୁଛୁ

ପୁରୁଣା ଦେହେରେ ନୂଆ କରି ପୁଣି

ଆଉ ଥରେ ରଙ୍ଗ ବୋଲୁଛୁ

                ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ଫୁଲରେ ସଜେଇ ଦେଉଛୁ

ବଡ଼ ବଡ଼ ମାଳ କିଣୁଛି

ଟେକି ନପାରିଲେ ଅଙ୍କୁରି ଲଗେଇ

ବେକରେ ଗଳେଇ ଦେଉଛୁ

                 ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ଭାଷଣ ମେଞ୍ଚାଏ ଦେଉଛୁ

ତାଙ୍କରି ଗୁଣକୁ ଗାଉଛୁ

ଏହିଦିନ ଆସି ଚାଲି ଗଲାପରେ

ସେଇଠି ଗଞ୍ଜେଇ ପିଉଛୁ

                   ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ସରକାରୀ ଛୁଟି ପାଉଛୁ

ତ୍ରିରଙ୍ଗା ଉଡେଇ ଦେଉଛି

କାମ ସରିଗଲେ ସେହି ତ୍ରିରଙ୍ଗାକୁ

ରାସ୍ତାରେ ବିଛେଇ ଦେଉଛି

                  ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ଆମେ ଯେ ସ୍ୱାଧୀନ ହୋଇଛୁ

ସ୍ୱାଧୀନ ଭାବରେ ଜିଉଁଛୁ

ସ୍ୱାଧୀନତା ନାମେ ନିଜର ସ୍ୱାର୍ଥରେ

ନିଜେ ବଳିୟାନ ରହୁଛୁ

                   ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ସ୍ୱାଧୀନ ସନ୍ତାନ ହୋଇଛୁ

ନିଜ ଅଧିକାର ପାଇଛୁ

ଛୁରୀ ବନ୍ଧୁକରେ ଖେଳ ଖେଳି ଆମେ

ଅହିଂସା ବୋଲିକି କହୁଛୁ

                 ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।

ଗାନ୍ଧିଜୀଙ୍କୁ ମନେ ରଖିଛୁ

ବର୍ଷରେ ଥରୁଟେ ଦେଖୁଛୁ

ଅଗଷ୍ଟ ପନ୍ଦର ଆସିବା ଆଗରୁ

ଖୋଜି ଖାଜି ତାଙ୍କୁ ରଖୁଛୁ

                  ଆମେ ଅଗଷ୍ଟ ପନ୍ଦର ପାଳୁଛୁ ।


Rate this content
Log in

Similar oriya poem from Inspirational