Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Others

1.0  

Panchanan Jena

Others

ଚାକିରୀ ଜୀବନ

ଚାକିରୀ ଜୀବନ

1 min
374


ପେଟ ଚାଖଣ୍ଡ ପାଇଁ ଓଡ଼ିଶାରେ ଚାକିରୀ କାହିଁ ?

ଛାଡିଲି ଘର ବୁଲିଲି ସହର ନଗର ଡ଼େଇଁ ।

ଗଲି ଝାଡ଼ଖଣ୍ଡ ରାମଗଡ ବରକାକାନାର କୋଇଲାଖଣି

ଡି.ଏ.ଭି.ରେ ମାଷ୍ଟର ହେଲି ଆଣିଲି ପଇସା ଛାଣି ।

କାହିଁ ଆସାମ ଶିବସାଗର ମେକିପୁରର ଚା’ ବଗିଚା

କାହିଁ ରାଜସ୍ଥାନ ଜୈସାଲମିରର ବାଲି ବାର୍ଚ୍ଛନର ତମାସା ।

କାହିଁ ଆନନ୍ତନାଗର ହାଡଥରା ବରଫ ଶୀତ

କାହିଁ ଏରନାକୁଲମର ରିମଝିମ ବରଷା ଗୀତ ।

କାହିଁ ୟାନମ ପୁଡୁଚେରୀର ଗୌତମୀ ନଦୀକୂଳ

କାହିଁ ଢେଙ୍କାନାଳର ସରାଙ୍ଗ ପାହାଡ ମୂଳ ।

ଶିଖିଲି କହିଲି ଲେଖିଲି ଓଲଟା ପୁଲଟା ହିନ୍ଦୀ

କିଣିଲି ରଙ୍ଗ ବେରଙ୍ଗର ରାଜସ୍ଥାନୀ ବିନ୍ଦି ।

କହିଲି ତେଲୁଗୁ କୁଞ୍ଚମ କୁଞ୍ଚମ

ରଖିଲି ଆସାମିଆ ଗାମୁଛା-ସରାଇ-ଯାପିର ଆଲବମ ।

ଖାଇଲି ଦୋଷା ଇଡ୍ଡଲି ଚଟଣି ହର୍ଦମ

ରୋଟି ଛୋଲା ଭଟୋରା ସଂଭର ରସମ ।

 ମାତ୍ର ! କାହିଁକି କେଜାଣି ?

ଛୁଟିରେ ଆସିଲେ ଘର ଗାଁ ଦାଣ୍ଡର ନଜର

ମନ ଆପେ ଆପେ ପୁଲକିତ ଖୁସିର ମୋହର ।

ମା’ ହାତ ଶାଗ ଖରଡା ପିତା ଗୀମା-ପୋଡାର ସୁଆଦ

ବଳେଇ ବଳେଇ ଖୁଆଇ ଦେବାର ମିଠା ନୈସର୍ଗିକ ଆନନ୍ଦ ।

ପୋଖରୀ ପହଁରା ଗାଧୁଆ ସାଙ୍ଗ ପୁରିଆ ନରୁଆ

ହସି ହସି କଥା ସବୁ ପଚାରନ୍ତି ଅବାଗିଆ ଅଖାଡୁଆ ।

ଆପଣେଇ ନେବାରେ ନଥାଏ କୃତିମତାର ତମାସା

ସରାଗରେ ସବୁ ଦେବାରେ ଥାଏ ସ୍ଵର୍ଗୀୟ ପରିଭାଷା । 

କାହିଁକି କେଜାଣି ? କାହିଁକି କେଜାଣି ?



Rate this content
Log in