Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Romance

5.0  

Dr.Sashi Bhushan Mohapatra

Romance

ସବୁ ଥାଉ

ସବୁ ଥାଉ

1 min
304



ରାତି ଥାଉ

ରାତିର ଅନ୍ଧାର ଥାଉ

ଅନ୍ଧାରରେ ସାରା ଆକାଶ

ତାରାମେଳେ ଚିକ ଚିକ କରୁଥାଉ

ବିଜନ ଘନ ରାତି

ମୋର ସାଥି ଥାଉ |


ଜହ୍ନ ଥାଉ

ଜହ୍ନ ଜ୍ୟୋତ୍ସ୍ନା ଢ଼ାଳୁ ଥାଉ

ଜ୍ୟୋତ୍ସ୍ନା ବିଧୌତ ରଜନୀ

ତୁମସାଥେ ଆଲୋକିତ ହେଉ

ପ୍ରେମ ସାଥି ଜହ୍ନ

ମୋର ସାକ୍ଷୀ ଥାଉ |


ସ୍ଵପ୍ନ ଥାଉ

ସ୍ୱପ୍ନରେ ରଙ୍ଗ ଥାଉ

ରଙ୍ଗରେ ରଙ୍ଗମୟ ମନ

ନୀଳ ଆକାଶରେ ଉଡୁଥାଉ

ପ୍ରୀତିଭରା ସ୍ଵପ୍ନ

ମୋର ଲକ୍ଷ ଥାଉ |


ଫୁଲ ଥାଉ

ଫୁଲର ମହକ ଥାଉ

ମହକ ବିତରି ଫୁଲ

ତୁମ କବରୀରେ ଖୋସା ଥାଉ

ପ୍ରସ୍ଫୁଟିତ ଫୁଲ

ମୋର ଲୋଡ଼ା ଥାଉ |


ହସ ଥାଉ

ହସରେ ଲଜ୍ଜା ଥାଉ

ଲଜ୍ଜାନତ ମୁଖ ମଣ୍ଡଳରୁ

ଲାବଣ୍ୟର ମହୁ ଝରୁ ଥାଉ

ଫିକ ଫିକ ହସ

ମୋର ହୃଦେ ଥାଉ |


ରାତି ଥାଉ

ଜହ୍ନ ଥାଉ

ସ୍ଵପ୍ନ ଥାଉ

ଫୁଲ ଥାଉ

ହସ ଥାଉ

ଆଖିର କଜଳପରି

ତୁମସାଥେ ସବୁ ଥାଉ

ଜୀବନର ଛୁଆଁ

ତୁମଠୁ ମୋତେ ମିଳୁଥାଉ |



Rate this content
Log in

Similar oriya poem from Romance