Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ପୂଜନୀୟ ପିତା

ପୂଜନୀୟ ପିତା

1 min
332


କୌଣସି ବ୍ୟକ୍ତି ପାଇଁ ସର୍ବପ୍ରିୟ ହେଲେ ନିଜ ପିତାମାତା,

ଏହି ଅପୂର୍ବ ଅବଦାନ ବିଧିପୂର୍ବକ ସମସ୍ତଙ୍କୁ ଦେଇଛନ୍ତି ବିଧାତା |୧|


ଜୀବନରେ ବୋଉ ସନ୍ତାନର ଲାଳନପାଳନ କରନ୍ତି,

ବାପା ସନ୍ତାନର ସମସ୍ତ ପ୍ରକାର ସୁରକ୍ଷା ପରୀକ୍ଷା କରନ୍ତି |୨|


ସଦା ଆଦରଣୀୟ ହେଲେ ଜନକ,

ସନ୍ତତି ହିତ ହେତୁ ସବୁ ପ୍ରୟାସ ଯେ ପ୍ରେରଣାଦାୟକ |୩|


ସହର୍ଷ ସହନ୍ତି ଘର ବାହାରେ ବିଭିନ୍ନ ସଙ୍ଘର୍ଷ,

ଯାହା ହେଲେ ବି ସଦା ବ୍ୟକ୍ତ କରନ୍ତି ନିଜ ହର୍ଷ |୪|


ବାତ୍ସଲ୍ୟ ଜଣାଏ ଦେଖାଏ ତାଙ୍କ ସଂସ୍ପର୍ଶ ପରାମର୍ଶ,

ବାଦ-ବିବାଦ ପରିସ୍ଥିତିରେ ତାଙ୍କର ସହିଷ୍ଣୁତା ବହୁ ଉତ୍କର୍ଷ |୫|


ଆଣନ୍ତି ହାଟରୁ ଖାଇବା ପାଇଁ ବିଭିନ ଖାଦ୍ୟାନ୍ନ ମିଷ୍ଟାନ୍ନ,

ତେଜରାତି ଦୋକାନର ଜିନିଷପତ୍ର ଆଣିଲେ ବୋଉ ରାନ୍ଧନ୍ତି ଯେ ସ୍ୱାଦିଷ୍ଟ ଅନ୍ନ ପକ୍ବାନ୍ନ |୬|


ନିଅନ୍ତି ଘର ସଂସାରର ସବୁ ଆର୍ଥିକ ନିର୍ଣ୍ଣୟ,

ପ୍ରତି କଥାର ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିବାରେ ବେଶ୍ ସକ୍ରିୟ |୭|


ଶିଖାନ୍ତି କଷ୍ଟ ସ୍ଥିତିରେ ସଦା ରହିବାକୁ ନିର୍ଭୀକ,

ଜଣାନ୍ତି ସର୍ବଦା ରହିବାକୁ କ୍ରିୟାଶୀଳ କ୍ରିୟାତ୍ମକ |୮|


ପୂଜନୀୟ ପିତା ବିନା ଜୀବନ ହୁଏ କଷ୍ଟକର,

ତାଙ୍କର ମଙ୍ଗଳ କାମନା କରିବା ଘର ପାଇଁ ସଦା ଶ୍ରେୟସ୍କର |୯|


Rate this content
Log in