ଜୀବନ ଗୀତା-୩୦
ଜୀବନ ଗୀତା-୩୦
1 min
6.4K
ଜୀବନ ଗୀତା-୩୦
(ସଂପାଦିକା ଇତି ସାମନ୍ତଙ୍କୁ ସମର୍ପିତ)
ଜୀବନରେ ମାପଚୁପ କଲାବେଳେ
ଏକା ନିକିତିରେ ମାପିଲେ ସଭିଙ୍କୁ
ଭୁଲ୍ ହୁଏ ବେଳେବେଳେ
ସମସ୍ତେ ସମାନ ନୁହନ୍ତି ସଂସାରେ
ଏକଥା କେହି ନ ଭାଳେ ॥୦॥
ଦୂରରୁ ଦେଖିଲେ ଏକାପରି ଲାଗେ
ପାଖରୁ କିନ୍ତୁ ଅଲଗା
ଦୂର ପରବତ ସୁନ୍ଦର ଦିଶଇ
ବିଦେଶ ବନ୍ଧୁ ପରିକା
ପୁସ୍ତକରେ ଯାହା ଲେଖାନାହିଁ ତାହା
ଲେଖାଥାଏ ବଦନରେ ॥୧॥
ବଦଳିବା ଲୋକ ବଦଳିଯାଆନ୍ତି
ଚାମେଲିଅନର ପରି
ଯେତେ ତାଙ୍କ ସାଥେ ସଂପର୍କ ଯୋଡିଲେ
ଆସନ୍ତିନି ସିଏ ଫେରି
ସତ ବନ୍ଧୁଟିଏ ପାଇଲେ ଜୀବନେ
ଖୁସି ଭରେ ହୃଦୟରେ ॥୨॥