Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Romance

4.6  

Sadananda Sahoo

Romance

ପ୍ରୀତି ପ୍ରିୟତମା

ପ୍ରୀତି ପ୍ରିୟତମା

1 min
7.1K


ପ୍ରୀତି ପ୍ରିୟତମା ଭୁଲିବନି ଜମା

ତୁମେ ମୋ ସପନ ଆଖି ;

ଅଭୁଲା ସ୍ମୃତିର ତୁମେ ମୋ ସନ୍ତକ

ଚନ୍ଦ୍ର ସୂର୍ଯ୍ୟ ପରା ସାକ୍ଷୀ !!

ଭଲ ପାଇବାର ସବୁ ସମର୍ପଣ

ଅଜାଡ଼ି ଦେଇଚି ପ୍ରିୟା ;

ଆଉ ଯଦି କିଛି ରହିଚି କି ବାକି

କହି ଦିଅ ପ୍ରିୟା ଶ୍ରେୟା !!

ଭଲମୁଁ ପାଉଚି ଭଲ ପାଉଥିବି

ଏ ଜୀବନ ଥିବା ଯାଏ ;

ମୁଁ ପ୍ରେମର ପ୍ରେମିକ ସାଜିବିନି ଶଠ

ପ୍ରେମରୁ ମହକ ପାଏ !!

ପ୍ରେମ ଫଗୁଣର ସବୁ ହସ ଫୁଲ

ତୋଳିଚି ମୁଁ ଶରଧାରେ ;

ଜୋଛନା ରାତିରେ ମୋପ୍ରିୟା ଗଭାରେ

ଖୋସି ଦେବି ସରାଗରେ !!

ଫଗୁଣ ଆସିଲେ ବେଶି ମନ ଝୁରେ

ଶୁଭ ଲଗନ କୁ ଦେଖି ;

ପ୍ରେମ ମନ ଭଷା ବୁଝେନି ମୋ ପ୍ରିୟା

କେମିତି ମୁଁ ହେବି ସୁଖୀ !!

ପ୍ରେମର ସ୍ୱାକ୍ଷର ସୁହାଗ ସିନ୍ଦୁର

ପ୍ରିୟା ସିନ୍ଥୀ ମୋର ଖାଲି ;

ପ୍ରେମର ସ୍ୱୀକୃତି ରହିଚି ମୋ ବାକି

ଦେବି ମୁଁ ସିନ୍ଦୁର ବୋଳି !!

ପ୍ରେମ ନୀଡ଼ ସ୍ୱପ୍ନ ନୁହେଁ କେଵେ ପାପ

ପ୍ରେମହିଁ ସାଶ୍ୱତ ଛବି ;

ପବିତ୍ର ପ୍ରେମରେ ଲାଗେନା କଳଙ୍କ

ଏ କଥା କୁହଇ କଵି !!

ପ୍ରେମିକ ସମାଜ ଏକଥା କୁ ହେଜ

ପ୍ରେମତ ମହାର୍ଘ୍ୟ ଦୀପ ;

ସମର୍ପଣ ଭାବ ପ୍ରେମ ମହାମନ୍ତ୍ର

କର ସର୍ବେ ଉଜ୍ଜୀବିତ !!

ଆମେ ହଜିଗଲେ ଦୂର ଆକାଶରେ

ସାବକେ ପାଳିବେ ପ୍ରଥା ;

ପ୍ରେମ ଛାଇଆମ ହେବପ୍ରତିବିମ୍ବ

ଆମ ପ୍ରେମ ହେବ ଗାଥା !!


ସଦାନନ୍ଦ ସାହୁ;

କାରାକର୍ମଚାରୀ ;କେନ୍ଦ୍ରୀୟ କାରାଗାର ; କଟକ ;ଚୌଦ୍ୱାର

email- mrssahoo1977@gmail.com

mobile no- 9776184548


Rate this content
Log in