Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Comedy

3  

Prasanna Kumar Madala

Comedy

ଘରଣୀର ଦୀପାବଳୀ

ଘରଣୀର ଦୀପାବଳୀ

1 min
13.4K



ଉତ୍ତର ବୟସେ ଛାଡିଲା ଭୟ ସେ

ଫୁଲାଇ ଭୁଷଣ୍ଡୀ ମୁହଁ

ଘରଣୀ ମୋ ଭଲା ଏବେ କହିଗଲା

ତମେ ତ କାମକୁ ନୁହଁ ।

ଦେଖ ତ ଯାଇକି ପିଣ୍ଡାରେ ଥାଇକି

ପଡିଶାଙ୍କ ଘର ଆଡ଼େ

ଭଳିକି ଭଳିକି ଲାଇଟ୍ ଜଳିକି

ରଙ୍ଗୀନ ରୋଶଣୀ ଛାଡେ ।

ଘରଟାରେ ବସି କି ରସରେ ରସି

ଲେଖିଲ ତ ଦୁଇ ଫାଳ

ଏଯାଏଁ ତ କାହିଁ ଲଗାଇଲ ନାହିଁ

ଲିଚୁ ଲାଇଟିର ମାଳ ।

ଦିନେ ଗଲେ ଚଳି ହେବ ଦୀପାବଳୀ

ଟିକେ ହେଲେ ନିଘା ନାହିଁ

ଆଣି ତ ନଦେଲ ଦୀପ ଜଡ଼ାତେଲ

ସେଥିକୁ ରହିଛି ଚାହିଁ ।

କିଛି ହେଲେ ବାଣ ଘରକୁ ତ ଆଣ

ପୂଜା ପାଇଁ ଫଳମୂଳ

ବଜାରରେ ଦର ବଢିବ ତ ଡର

ସମସ୍ତେ କଲେଣି ଠୁଳ ।

ଦେଖି ତା ଗରମ ହୋଇ ମୁଁ ନରମ

ଅନିଚ୍ଛାରେ ବସି ଭାଳେ

ଖଞ୍ଜୁ ଖଞ୍ଜୁ ଚଢ଼ି ଛାତରୁ ମୁଁ ପଡ଼ି

ଯିବିନି ତ ବୁଢ଼ାକାଳେ !

ଉପାୟ ନପାଇ ବଜାରକୁ ଧାଇଁ

କିଣିଲି ସବୁ ଏଥର

ଜଣକୁ ଡକାଇ ପଇସା ପକାଇ

ଆଲୁଅ କରିଲି ଘର ।


ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Comedy