ଯୁଦ୍ଧ ଓ ଶାନ୍ତି
ଯୁଦ୍ଧ ଓ ଶାନ୍ତି
ଯୁଦ୍ଧ
ଚତୁଃର୍ଦିଗେ ମୁଁ କାୟା ବିସ୍ତାରିଛି
ପୃଥିବୀକୁ ପରା ଥରାଇ ଦେଇଛି
ମଣିଷ ପଣିଆ କରିଛି ଦୂର
ପରିବାରକୁ କରି ନାରଖାର l
ଶାନ୍ତି
ଜ୍ଞାନର ଆଲୋକ ମୋ ଛୋଟ ଘର
ସ୍ନେହ, ପ୍ରେମରେ ମୁଁ ଭରପୁର
ଶ୍ରଦ୍ଧା ଭକ୍ତି ଜ୍ଞାନ ଯୋଗ ବଳରେ
ଅନ୍ଧାକାର ମୁଁ କରଇ ଦୂର
ବୈକୁଣ୍ଠ ଅଟେ ମୋ ପରିବାର l
ଯୁଦ୍ଧ
ଗୁଳି ଗୋଳା ବୋମା ବାରୁଦ ଧରି
କରି ଦେଇଛି ମୁଁ ମେଦିନୀ ଭାରୀ
ବିକଟାଳ ହସରେ ଫାଟେ ଧରଣୀ
ମୁଁ ଅଟେ ପରା ସଭିଙ୍କ ମଣି l
ଶାନ୍ତି
କିଆଁ କରୁ ତୁ ଏତେ ଅନର୍ଥ
ଜୀବନ ତୋର ହୋଇବ ବ୍ୟର୍ଥ
କି ଲାଭ ପାଇବୁ କରି ଏପରି
ଦୁର୍ଲଭ ଜୀବନ ବିନାଶ କରି l
ଯୁଦ୍ଧ
ବଡ ବୋଲି ଭାବି କରେ ଅନର୍ଥ
ବିଶାଳ ରୂପରେ କରିଛି ଗ୍ରାସ,
ମୋହ ଲଗାଇ ମୁଁ ଚତୁଃର୍ଦିଗେ
ସାରା ସୃଷ୍ଟିକୁ କରେ ବିନାଶ l
ଶାନ୍ତି
ବୁଲୁଛୁପାଏ?
ଯୁଦ୍ଧ
ଅମୃତ ଅନଳେ ମୋତେ ଗିଳିଲୁ
ଉଚିତ ଶିକ୍ଷା ମୋତେ ତୁ ଦେଲୁ
ହାର ମାନିଲି ତୋ ପାଖରେ
ଶାନ୍ତି ଭରିଯାଉ ସାରା ବିଶ୍ୱରେ l
ସୁକାନ୍ତି ହୋତା