Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

3  

Bidyutprabha Gantayat

Others

ଆଜିର ରଜଦୋଳି ଗୀତ

ଆଜିର ରଜଦୋଳି ଗୀତ

1 min
6.9K



ବନସ୍ତେ ନ ଡାକେ ଗଜ

ବନସ୍ତେ ନ ଡାକେ ଗଜ

ମହା ବିପଦରେ ଏବେ ଗଜରାଜ

ଏବେ ଗଜ ରାଜ ବଉଳ ଲୋ

କେମିତି ପାଳିବା ରଜ ।

ରଜ ଦୋଳି କଟ କଟ

ରଜ ଦୋଳି କଟ କଟ

ରତନ ଭଣ୍ଡାର ମୁକୁଳା କବାଟ

ମୁକୁଳା କବାଟ ବଉଳ ଲୋ

ଚୋର ଖୋଜେ ଗଳା ବାଟ ।

ରଜ ଦୋଳି ଗଲା ଉଡି

ରଜ ଦୋଳି ଗଲା ଉଡି

ମୌସୁମୀ ଆସିଲା ମୌସୁମୀ ଗଲା

ମୌସୁମୀ ଗଲା ବଉଳ ଲୋ

ଚାଷୀ ପୁଅ ମଲା ହୁଡ଼ି ।

ରଜ ଦୋଳି ବଡ ସାନ

ରଜ ଦୋଳି ବଡ଼ ସାନ

ବିପଦ ରେ କାଳେ କନ୍ୟା ସନ୍ତାନ

କନ୍ୟା ସନ୍ତାନ , ବଉଳ ଲୋ

ଉଜୁଡା ମାନ ସମ୍ମାନ ।

ରଜ ଦୋଳି ବଡ ଆଣ୍ଟ

ରଜ ଦୋଳି ବଡ ଆଣ୍ଟ

ରତ୍ନ ବେଦୀ ବିଜେ କଳା ସାଆନ୍ତ

କଳା ସାଆନ୍ତ ବଉଳ ଲୋ

ଆଖି ଖୋଲି ଦେଖେ ନାଟ ।

********

© ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in