ସମ୍ପର୍କ
ସମ୍ପର୍କ
ସମ୍ପର୍କ ସବୁଠି ନିଜ ସ୍ଵାର୍ଥ ହିତେ
ନିରତ ନଦିଏ ଧରା
ସମ୍ପର୍କରେ ପ୍ରେମ ସମ୍ପାତ ସମ୍ମାନ
ଥିଲେ ସିନା ଥାଏ ଧରା
ସନ୍ତାନ ସମ୍ପର୍କ ମାତା ପିତା ଠାରେ
ଅବା ବନ୍ଧୁ ଜନ ଧାରେ
ହେଉ ପତି ପତ୍ନୀ ମୁନିବ ଚାକର
ସ୍ଵାର୍ଥୀ ଆମେ ସବୁଠାରେ।
ମାତା ମହାନତା ସନ୍ତାନରେ ସଦା
ଅନ୍ଧ କରିଦିଏ ସ୍ନେହ
ପାରେ ନାହିଁ ପର ଦୃଷ୍ଟିରେ ବିଚାର
ସମ୍ପର୍କର ବଡ ମୋହ
ସେହିଠାରେ ସଦା ହୁଏ ଆକାଂକ୍ଷିତ
ସ୍ଵାର୍ଥ ଥିଲେ ତାର ବନ୍ଧା
ନିସ୍ଵାର୍ଥରେ କିଏ କାହାକୁ ଲୋଡୁଛି
ନିସ୍ଵାର୍ଥ ରେ କିଏ ରନ୍ଦା
ସପ୍ତ ବିତସ୍ତିର ଜୀବ ଆମେ ସବୁ
ସପ୍ତ ସିନ୍ଧୁ ମଧ୍ୟେ ଥାଇ
ସମ୍ପର୍କର ଡୋର ଜାଣି ବିନସ୍ଵର
ବୃଥା ହେଉଥାଉ ଗାଇ
ସମ୍ପର୍କ ଯାହାର କର୍ତ୍ତବ୍ୟ କାରକ
ସମ୍ପର୍କ ରେ ନୁହେଁ ଛନ୍ଦା
ସବୁ ସମ୍ପର୍କରେ ଥାଇ ମଧ୍ୟ ସିଏ
ସମ୍ପର୍କରେ ନୁହେଁ ଫନ୍ଦା
ପ୍ରଶାନ୍ତ କୁମାର ହୋତା