Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

1.0  

Neelima Nivedita Behera

Others

ସତ୍ତା

ସତ୍ତା

1 min
7.0K


ପୂର୍ଣ୍ଣ ସମର୍ପଣରେ ବି ଥାଏ

ସତ୍ତାର ଆଭାସ

ସତ୍ତା ବିନା

କିଏ ତୁ ?

କିଏ ମୁଁ ?

କିଏ ଅନ୍ଧାରର ରଜା ?

କିଏ ଆଲୁଅର ଦାସ ?

ସତ୍ତା ନଷ୍ଟ ହେଲେ ହିଁ

ଘଟେ ସନ୍ୟାସ

ନଚେତ୍

ସଂସାର ତ

ତମାମ୍ ବିଚାରର ବିନ୍ୟାସ !!!

ସହଜ ନଥିଲା

ଦୁନିଆଦାରିର ସବୁ ରଙ୍ଗ ଚିହ୍ନିବା

ସହଜ ନ ଥିଲା

ନିଜ ଅହଂକୁ ନିଜେ ଇ' ଭାଙ୍ଗିବା

ସହଜ ଥିଲା କିନ୍ତୁ

ପ୍ରେମରେ ନିଜକୁ ଭୁଲିଯିବା ।

ଇଚ୍ଛାନାହିଁ ହେବା ପାଇଁ

ବୁଦ୍ଧ, ମହାବୀର, ରାମ, କୃଷ୍ଣ କିମ୍ବା ଯୀଶୁ

ଇଚ୍ଛା ଖାଲି ଭୁଲିଯାଏ ନିଜକୁ

ଏ ଦେହ, ଏ ମନ

ମୀରା ଭଳି ପ୍ରତିଥର ପ୍ରେମରେ ମରୁ

ଏ ପାଣି, ଏ ପବନ, ଏ ମାଟିରେ ଇ' ମିଶୁ ।

@ନୀଳିମାନିବେଦିତା



Rate this content
Log in