Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ଓଡ଼ିଆ ଭାଷା

ଓଡ଼ିଆ ଭାଷା

1 min
984


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ଓଡ଼ିଆ ଭାଷା ସ୍ଥାୟିତ୍ୱ ର ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ଅନେକ ଅନେକ ଶତାବ୍ଦୀ,

ଏହି ପୁରାତନ ଭାଷା ର ମାଦଳାପାଞ୍ଜି ରୂପ ରେ ଅଛି ଶାସ୍ତ୍ରୀୟ ପ୍ରାଚୀନ ପୁନାଦି,

ପୂଜନୀୟ ମାତୃମୂର୍ତ୍ତିଙ୍କ ମମତା ପରି ଦର୍ଶାଏ ରମଣୀୟ କମନୀୟ କୌମୁଦୀ,

ଉତ୍କଳୀୟଙ୍କ ଅନ୍ତରସ୍ଥରେ ପ୍ରବାହିତ ହୋଉଛି ଯେମିତି ମହନୀୟ ମହାନଦୀ |୧|


ଓଡ଼ିଆ ଭାଷା ସୁମିଷ୍ଟ ଲାଗେ ଯେମିତି ସୁମଧୁର ମଧୁ ସରିତ,

ଓଡ଼ିଆ ଭାଷା ଧାରା ଲାଗେ ଯେମିତି ଆକାଶଗଙ୍ଗା ପ୍ରପାତ,

ଓଡ଼ିଆ ଭାଷା ପରିମଳ ଲାଗେ ଯେମିତି ଗୋକ୍ଷୀର ବୃଷ୍ଟିପାତ,

ଓଡ଼ିଆ ଭାଷା ହିମଶୀତଳ ଲାଗେ ଯେମିତି ହିମାଦ୍ରୀ ହିମପାତ |୨|


ଓଡ଼ିଶୀ ସଙ୍ଗୀତ ଲାଗେ ଯେମିତି ବାଣୀଶ୍ରୀଙ୍କ ବୀଣା ର ସ୍ୱରସମ୍ପନ୍ନ ନିନାଦ,

ଓଡ଼ିଆ ଲୋକଗୀତ ଲାଗେ ଯେମିତି ବସନ୍ତ କୋଇଲି ର କୁହୁ କୁହୁ ନାଦ,

ଓଡ଼ିଆ ସୁଗମ ସଙ୍ଗୀତ ତରଙ୍ଗ ରେ ଅଛି ଅଲୌକିକ ଅନୁଭୂତି ର ସୁସ୍ୱାଦ,

ଓଡ଼ିଆ ର ଭବ୍ୟ ଭଜନ-ସଙ୍ଗୀତ ଶ୍ରବଣ ର ଆନନ୍ଦ ର କରି ହେବନି ଅନୁବାଦ |୩ |


ଅତିବଡ଼ି ଜଗନ୍ନାଥ ଦାସ ପ୍ରଦାନ କରିଲେ ଓଡ଼ିଆ ଭାଗବତ ର ଅମୁଲ୍ୟ ଗୀତା-ଜ୍ଞାନ,

ଆଦିକବି ଶାରଳା ଦାସ କରିଲେ ବିଲଙ୍କା ରାମାୟଣ ମହାଭାରତ ର ଅପୂର୍ବ ଅବଦାନ,

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କରିଲେ ଅଚ୍ୟୁତାନନ୍ଦ ମାଳିକା ଅଷ୍ଟଗୁଜ୍ଜରୀ ର ଉପଢ଼ୌକନ,

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସୁଚିତ୍ତ ସହ ରଚିଲେ ବୈଦେହୀଶ ବିଳାସ ଗୀତା-ଅଭିଧାନ |୪|


ଆମ ଓଡ଼ିଆ ଭାଷା ରେ ଯଥାସମ୍ଭବ କରିବା କାର୍ଯ୍ୟ ସମ୍ପାଦନ ସମ୍ଭାଷଣ,

ସମସ୍ତେ କରିବା ଅନୁରାଗ ସହ ମାତୃଭାଷା ର ଅସୀମ ପୋଷଣ ସଂରକ୍ଷଣ,

ଦେବା ସନ୍ତତି କୁ ବିଭିନ୍ନ ରୂପ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି କଥନ ଅସ୍ତିତ୍ଵ ର ପ୍ରମାଣ,

ଅନନ୍ତ ବର୍ଷ ସୁଚାରୁ ରହୁ ପୂର୍ବଜଂକ ନିବେଦିତ ଓଡ଼ିଆ ଉକ୍ତି ପ୍ରତ୍ୟୁକ୍ତି ବାକ୍‌ଶକ୍ତି ର ପ୍ରସାରଣ |୫|


Rate this content
Log in

Similar oriya poem from Inspirational