Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ଶୁଭ ବିବାହ

ଶୁଭ ବିବାହ

1 min
8.0K


ଦୁଇଟି ଅତ୍ମାର ପବିତ୍ର ମିଳନ

ବିବାହର ରୂପ ରେଖ ;

ଶୁଭ ଲଗନରେ ସାହାନାଇ ବାଜେ

ଫେରେ ଅଫେରନ୍ତି ସୁଖ !!

ବେଦୀ ମୂଳେ ସ୍ୱପ୍ନ କରେ ଆକଳନ

ନିରିମାଖି ନଵ ବଧୂ ;

ଓଢ଼ଣୀ ଫାଙ୍କରେ ଚାହେଁ ସରାଗରେ

କେମିତିକା ପ୍ରାଣ ବନ୍ଧୁ !!

ହୋମ ଅଗ୍ନି ସାକ୍ଷୀ ପତି ଦେବ ସାଥୀ

ବେଦ ମନ୍ତ୍ର ଉଚାରଣେ ;;

ଜନ୍ମଜନ୍ମାନ୍ତର ପବିତ୍ର ବନ୍ଧନ

ମନ ପ୍ରାଣ ସବୁ ଜିଣେ !!

ସୁହାଗ ସିନ୍ଦୁର ପ୍ରୀତିର ସ୍ୱାକ୍ଷର

ବିବାହର ପୁଣ୍ୟ ଦାନ ;

ଲଳନାଟା ସାଜେ କୁଳ ବଧୂ ସତେ

ସମର୍ପି ତା' ଯଉବନ !!

ନୂଆ ସ୍ୱପ୍ନ ଦେଖି ଯାଏ ମନଲାଖି

ଦୁହେଁ ତ ଦୁହିଁଙ୍କ ପାଇଁ ;;

ସୁଖ ଗନ୍ତାଘର ସପନ ଆଖିର

ହୃଦୟକୁ ଦିଏ ଛୁଇଁ !!

ଅଜଣା ଠିକଣା ହୋଇଯାଏ ଯୋଡ଼ି

ହୃଦୟର କଥା କହି ;

ବିବାହ ସମ୍ବନ୍ଧ ସତରେ ବିଚିତ୍ର

କିଏ ସେ ଲେଖିଛି ବିହି !!

ସାଥୀ ପ୍ରିୟତମା ଭୁଲିବନି ଜମା

ମହାର୍ଘ୍ୟ ତିଥିର ସ୍ମୃତି ;

ଆମେ ହଜିଗଲେ ସାବକ ଝୁରିବେ

ଅଲିଭା ଏ ପ୍ରେମ ଜ୍ୟୋତି !!

ଏଶୁଭ ବିବାହ ସୁନା ନୀଡ଼ ସ୍ୱପ୍ନ

ଆମେ ତ ଝୁରିବା ସଦା ;

ସାବକେ ଆମର ପିଢ଼ି ସୂତ୍ର ଧର

ପାଳିବେ ଆମର ପ୍ରଥା !!

!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!

ସଦାନନ୍ଦ ସାହୁ ; କାରାକର୍ମଚାରୀ; ସର୍କଲ ଜେଲ୍ ; କଟକ ;ଚୌଦ୍ୱାର ;


Rate this content
Log in

Similar oriya poem from Inspirational