ଜୀବନ ଗୀତା-୩୧୪
ଜୀବନ ଗୀତା-୩୧୪
1 min
191
ଜୀବନ ସାଧନା ଜୀବନ ସିଦ୍ଧି
ଜୀବନ ବାସନା ଜୀବନ ବୁଦ୍ଧି ॥୦॥
ଜୀବନ ପଥ ଅଟେ
ପୁଣି କେବେ ପାଥେୟ
ଜୀବନ ଶାନ୍ତ ଅଟେ
ପୁଣି କେବେ ଆଗ୍ନେୟ
ଜୀବନ ତ ରିକ୍ତ ଜୀବନ ଋଦ୍ଧି ॥୧॥
ଜୀବନ ଆରୋହଣ
ପୁଣି ଅବରୋହଣ
ଜୀବନ ତ ଚେତନ
ଆଉ ଅବଚେତନ
ଜୀବନ ଅଶୁଦ୍ଧି ଜୀବନ ଶୁଦ୍ଧି ॥୨॥