Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabina kumar Kabi

Romance

0.6  

Prabina kumar Kabi

Romance

ଜହ୍ନରେ ରହିବି କଳଙ୍କ ହୋଇ..

ଜହ୍ନରେ ରହିବି କଳଙ୍କ ହୋଇ..

1 min
1.1K


ଜୀବନଟା ସାରା କଟିଗଲା ମୋର

ମିଛ କର୍ତ୍ତବ୍ୟର ବୋଝ ମୁଣ୍ଡେଇ

ତୁମପାଇଁ କିଛି କରିପାରିନାହିଁ

ସମାଜର ଦ୍ଵାହିଦେଇ।

ବସନ୍ତେ ତୁମକୁ ଫୁଲ ଦେଇନାହିଁ

ଫଗୁଣେ ଢାଳିନି ରଙ୍ଗ,

ଶୁଣିନି କେବେବି ମାନ ଅଭିମାନ

ଦେଇନି ପ୍ରୀତିର ସଙ୍ଗ।

ଏତିକି କେବଳ କହୁଛି ସଖି ଗୋ

ସାକ୍ଷୀ ରହିଲା ଏ ଜୁଇ,

ମୁଁ ମଲା ପରେ ତୁମପାଇଁ ନିଶ୍ଚେ

ଜହ୍ନରେ ରହିବି କଳଙ୍କ ହୋଇ......


Rate this content
Log in

Similar oriya poem from Romance