Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Others

3  

Prasanta kumar Hota

Others

ପୁରୁଷର ଦୃଷ୍ଟିରେ-୧

ପୁରୁଷର ଦୃଷ୍ଟିରେ-୧

1 min
3.7K


ଦୈହିକ ବାସନା ଦିଏ ନିର୍ଯ୍ୟାତନା

ଦେଉଥାଏ ଭବେ ନିତି

ଜଗତ ଜଞ୍ଜାଳ ମଣିଷର ଆଳ

ନାରୀ ମାୟା ନର ପ୍ରୀତି ।

ନର ପୈଶାଚିକ ହେଲେ ନଦୀମୁଖ

ମାୟାର ସଂସାର ତଳେ

ନିଶ୍ଚୟ ନୁହେଁ ସେ କାହାପାଇଁ କେବେ

ସର୍ବେ ଯେଣୁ କାଳ ବଳେ ।

ପୁରୁଷ ଗୁଣରେ ପୋଉରୁଷ ପ୍ରାଣ

ନାରୀ ଗୁଣ ତାର ମାନ

ନାରୀ ମାନ ଯେବେ ହେଉଥାଏ ନ୍ୟୁନ

ବଢିଯାଏ ଅଭିମାନ ।

ଅପୌରୁଷ ପାଖେ ନାରୀ ହୀନ ମଣେ

ନାରୀ ଖୋଜେ ପୋଉରୁଷ

ପୁରୁଷର ପେଞ୍ଚା ନାରୀ ମନ ଘେଞ୍ଚା

ଅଦଭୁତ ଏହି ନ୍ୟାସ ।

ନଗ୍ନତାର ରୂପ ନାରୀ ଦିଏ ସିନା

ପୁରୁଷ କରେ ପ୍ରତିଷ୍ଠା

ନିର୍ଯ୍ୟାତିତା ହେଲେ ପୁରୁଷ ପୁରୀଷ

ନାରୀ ହୋଇଯାଏ ଶ୍ରେଷ୍ଠା ।


ପ୍ରଶାନ୍ତ କୁମାର ହୋତା


Rate this content
Log in