ବୈଶାଖ
ବୈଶାଖ
1 min
6.9K
ଜୀବନଟା ଜଳୁଥିଲା ଦୀପାବଳି ପରି
ସରି ସରି ଆସେ ଏବେ ସଳିତା ଟିକକ l
ବର୍ଷା -ବସନ୍ତ -ବୈଶାଖ...
ଜୀବନର ପୂର୍ଣ୍ଣ ଅନୁଭବ,
ଏକାନ୍ତ ନିଜର ଏବଂ ସମ୍ପୂର୍ଣ ଏକକ l
ମମତାର ବର୍ଷାରେ ଭିଜା ରୂପେଲି ଶୈଶବ,
ବସନ୍ତ ମଳୟ ଭରା ସୁନେଲି ଯୌବନ,
ସକାଳର କଅଁଳ ଖରା ଡେଇଁ
ଏବେ ଖାଲି ଚାରିପଟେ ସୂର୍ଯ୍ୟ ଅପରାହ୍ନର l
ଆଗରୁତ ଜାଳୁଥିଲା ସଳିତାଟି
ସାଥେ ନେଇ ଅନେକ ଉତ୍ସାସ୍ୱ l
ତାଜିବାକୁ ଆସିଥିଲେବି ଆହୁରି ଅନେକ l
ଜୀବନର ଚଲାବାଟେ ଯେତେ କୋଳାହଳ,
ହଜନ୍ତି ସଭିଏଁ, ପଥହରା ହୋଇ l
ଧୀରେ ଧୀରେ ଥମିଯାଏ କୋଳାହଳ ଯେତେ
କମିଯାଏ ସଳିତାର ଜାଳିବାର ତେଜ l
ବୈଶାଖ ଝାଂଜିରେ ଏକ ପତ୍ରହୀନ ବୃକ୍ଷ l
ଉଦାସିଆ ଆଖିରେ ଭରେ ଆଶଙ୍କାର ସ୍ବପ୍ନ l
ବୁଢିଆଣୀ ଜାଲ ପରି ଭବାନ୍ତର ସବୁ
ନଥାଏ କେହିବି ଟିକେ ଦେବାକୁ ନରମ କାନ୍ଧ l
ବୈଶାଖର ତାତି ଆଉ ତୃଷିତ ବୟସ,
ବାଁକୁଲି ବାଡ଼ିରେ ମପେ ବଳକା ଆୟୁଷ l
ତୃପ୍ତି ସାହୁ