କଳ୍ପନାର ଗୀତ -53
କଳ୍ପନାର ଗୀତ -53
1 min
3.9K
ବୋହେ ଅବିରତ ନହୁଏ ବିରତ
ପ୍ରେମ ଝରଣାର ଧାରା
ଝରୁଥାଏ ଯିଏ ଦୂରନ୍ତ ଦିଗରୁ
ହୃଦୟରେ ନୁହେଁ ହାରା
ପ୍ରେମ ତାର ଏକ ବକେୟା ପାଉଣା
ଦେବା ପାଇଁ ହୁଏ ବଣା
ମୁଁ ଯେଉଁ ପଥିକ ନୁହେଁ ତା ପାଥକ
ପ୍ରତି ପଥେ ହୁଏ ଟଣା
ନିଃସଙ୍ଗତା ମୋର ଖୋଜୁନାହି କାହି
ତା ପ୍ରେମ ଶ୍ରାବଣ ବର୍ଷା
ନିରୋଳା ଅନ୍ଧାରେ ଧରା ଦେଇ କହେ
ରହିଛି ଏବେ ବି ଆଶା
ଚଞ୍ଚଳରେ ଯେବେ ଅଞ୍ଚଳ ତା ଖୋଲେ
ଢାଙ୍କିଦିଏ ନିଜ ହାତେ
ପଚାରେ ଅଧିରେ ପଡିଯିବି ଯଦି
କୋଳ କରିବକି ମୋତେ
କହିପାରେ ନାହିଁ ଝାଉଁଳି ମୁଁ ଯାଏ
ଦେଉଥାଏ ହସ ଧାରା
ସାଦରେ ପଚାରେ ଏତେ ଡର କାହିଁ
ମୁଁ ତୁମ ପ୍ରେମରେ ଭରା