Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3  

Kalyani Nanda

Others

ପଶାପାଲିର ହସ

ପଶାପାଲିର ହସ

1 min
121


ଯୁଗ ବଦଳୁଛି, ଋତୁ ବଦଳୁଛି

ହେଲେ ରାଜନୀତିର ଖେଳ ଏବେ ବି ଚାଲିଛି

ଯୁଗ ଯୁଗ ଧରି ମହାଭାରତର କୂଟନୀତି, ରାଜନୀତି

ପଶାପାଲିର ମଇଦାନରେ ଏବେ ବି ସକ୍ରିୟ ଅଛି ।

ଏବେ ବି ସାଧାରଣ ଜନତା

ଅସହାୟ ନୀରିହ ଜନତା

ପଶାପାଲିର ପିଆଦାଙ୍କ ପରି ବଳି ପଡୁଛନ୍ତି

କ୍ଷମତା ଲୋଭୀ, ଧନ ଲୋଭୀ

ସ୍ବାର୍ଥାନ୍ଧ ପିଶାଚଙ୍କ ରଣଭୂମିରେ ।

ପଶାପାଲିର ଖେଳରେ ଆଜି ବି ସବୁଠି

ରାଜନୀତି, କୂଟନୀତି ବିଦ୍ଯମାନ

ସ୍ବାର୍ଥ, ଈର୍ଷା, ଦ୍ବେଷ, ହିଂସାର ବେଦୀରେ

ଅବଳା ନାରୀର ନାରୀତ୍ବ ଖଟିଖିଆର ଶ୍ରମ ବାରି

ଋଣଗ୍ରସ୍ତ ଚାଷୀର ହାହାକାରର

ଯଜ୍ଞାଗ୍ନି କୁଣ୍ଡରେ ସ୍ଵାହା ହେଉଛି ।

ଆଉ ଚତୁର୍ଦ୍ଦିଗେ ଶୁଭୁଛି ପଶାପାଲିର

କ୍ରୁର ରାକ୍ଷସ ରାଜାର ଅଟ୍ଟହାସ

ସେଇ ହସର ବିକଟ ଧ୍ବନି ଆଗରେ

ଶୁଭୁ ନାହିଁ ସରଳ ନିଷ୍କପଟ ଜନତାର ଆର୍ତ୍ତ ଚିତ୍କାର

ନା ଶୁଭୁଛି ନିରୁପାୟ ଅସହାୟ ଧରିତ୍ରୀର ରୋଦନ ।

କିନ୍ତୁ, ପଶାପାଲିର ଖେଳ ଚାଲିଛି ଏମିତି ଚାଲିଥିବ

ତା' ବିକଟ ହାସ୍ଯରୋଳ

ଏବେ ବି ଶୁଭୁଛି ଆଉ କାଲି ବି ଶୁଭୁ ଥିବ ।


Rate this content
Log in