Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

1.0  

Dr Jharana Satapathy

Others

ଠାକୁର ଦର୍ଶନ

ଠାକୁର ଦର୍ଶନ

1 min
426



ମନ୍ଦିର ଯାଇଥିଲି ଠାକୁରକୁ ଟିକେ ଦର୍ଶନ କରିବାକୁ

ଭାବବିହୋଳ ହୋଇଗଲି ଦେଖି ତାର ବେଶବୁଶାକୁ।


ପଲକ ନ ପକାଇ ଚାହିଁ ରହିଲି ତାର ବେନିନୟନକୁ

ତାର ଦୁଇ ଆଖିରେ ଦେଖିଦେଲି ସୂର୍ଯ୍ୟ ଆଉ ଚନ୍ଦ୍ରକୁ ।


ଭକତିରେ ତାର ବିଭୋର ହୋଇ ବ୍ୟାକୁଳ ମିନତି କଲି

ତାର ଅପଲକ ନୟନ ଦେଖି ମାଗିବାକୁ ସବୁ ଭୁଲିଗଲି।


ଚନ୍ଦନ ଆଉ ତୁଳସୀର ବାସରେ ସେତ ମହକିଗଲା

ଧାର ଧାର ଆଖିର ଅଶ୍ରୁରେ ପଣତ ମୋର ଭିଜିଗଲା ।


ଚାରିଆଡେ ଖାଲି ପ୍ରକମ୍ପିତ ହରିବୋଲ ହୁଳହୁଳି 

ଯୋଡ ହସ୍ତରେ ଦିଅନ୍ତି ସର୍ବେ କେତେ ଯେ କରତାଳି ।


ଭାଇ ଭଉଣି ସହିତ ସିଏ ରତ୍ନବେଦୀ ରେ ବସିଛି 

ଘଡିକୁ ଘଡିଏ ସିଏ କେତେ ନୂଆ ନୂଆ ବେସ ହେଉଛି ।


ସେ ଆଉ କେହି ନୁହେଁ ସେ ଦୟାମୟ ନିଳାଚଳ ଆଦିକନ୍ଦ

ଅନାଦି ଅନନ୍ତ କମଳକାନ୍ତ ଜାଣିଥାଏ ସିଏ ଜଗତର ଭଲମନ୍ଦ ।


ଭକତ ବାନ୍ଧବ ହରି ଭାବକୁ ନିକଟ ଅଭାବକୁ ଦୂର କରି

ମହମହ ଚନ୍ଦନ ତୁଳସୀର ବାସରେ ଚତୁର୍ଦିଗେ ତାର ଭରି ।


Rate this content
Log in