Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ଭଲ ବୋହୂ

ଭଲ ବୋହୂ

2 mins
7.0K


ଶାଶୂ ବୋହୁ ମଧ୍ୟେ ଝଗଡ଼ା ଲାଗଇ

ଏକଥା ସମସ୍ତେ ଜାଣନ୍ତି

ଶାଶୂ ବୋହୁ କଳି ଶୁଣିବା ପାଇଁକି

ନଖରେ ନଖକୁ ଘସନ୍ତି ।

କିଏ ସେ କୁହଇ ଶାଶୂଟା ଖରାପ

ବୋହୂ ସହ କଳି କରୁଛି

କିଏ କୁହେ ପୁଣି ବୋହୂ ଭଲ ନୁହେଁ

ଆସୁ ଆସୁ ଯୁକ୍ତି କରୁଛି ।

ହେଲେ ସବୁ ବୋହୂ ଏମିତି ନୁହଁନ୍ତି

ସେକଥା ଆଜି ମୁଁ କହୁଛି

ବୋହୂ ଟିଏ ତାର ଶାଶୁକୁ ସତରେ

ଦେଖ କେତେ ଭଲ ପାଉଛି ।

ପୁଅ ବାହାକରି ମାଆଟା ତାହାର

ଘରକୁ ବୋହୂଟେ ଆଣିଲା

ଚାରି ବରଷର ପୁଅ ଝିଅ ଦୁଇ

ବୋହୂଟା ତାହାର ବାଢ଼ିଲା ।

ପୁଅ ଝିଅ ସେବା କରୁ କରୁ ବୋହୁ

ଦିନଟା ତାହାର ବିତିଲା

ତଥାପି ଶାଶୂର ସେବା କରିବାକୁ

କୁଣ୍ଠାବୋଧ ଯେ ନକରିଲା ।

ଶାଶୂଟା ଦେଖିଲା ତାହାରି ପାଇଁକି

ବୋହୂ କେତେ କଷ୍ଟ କରୁଛି

ନାତି ନାତୁଣୀଙ୍କୁ ସେବାରେ ବି କେତେ

ଅବହେଳା ଏବେ ହେଉଛି ।

ସକାଳରୁ ସଞ୍ଜ ଧାଇଁ ଧାଇଁ ବୋହୂ

କେତେ ଆଉ କାମ କରିବ

ଏମିତି ଯଦିବା କାମ କରେ ସିଏ

କଙ୍କାଳ ପରିକା ଦିଶିବ ।

ବଳ ପାଉନାହିଁ ମୋର ଆଉ ଜମା

ବସିକି ଖାଲିଯା ଖାଉଛି

ମୋହରି ପାଇଁକି ବୋହୂଟା ମୋହର

ଦିକିସିକି କେତେ ହେଉଛି ।

ସେଦିନ ସନ୍ଧ୍ୟାରେ ପୁଅ ଆସିବାରୁ

ମାଆ ତା ପାଖକୁ ଧାଇଁଲା

ବୃଦ୍ଧଶ୍ରାମେ ନେଇ ଛାଡି ଆସିବାକୁ

ପୁଅକୁ ବୁଝେଇ କହିଲା ।

କେଉଁଠାରେ ଥିଲା ବୋହୂଟା ତାହାର

ସେଠାକୁ ଯେ ଧାଇଁ ଆଇଲା

ଶାଶୂ ପାଦ ଧରି କାନ୍ଦି ପକେଇ ସେ

କ୍ଷମା କରି ଦିଅ କହିଲା ।

ନିଜ ଅଜଣାତେ ଯଦି କେବେ ମାଆ

ଭୁଲ୍ କିଛି କରି ଦେଇଛି

କ୍ଷମା କରିଦିଅ ନିଜ ଗୁଣେ ତୁମେ

ତୁମରି ସେବା ମୁଁ ଚାହୁଁଛି ।

ମେରୁ ଖୁଣ୍ଟ ବିନା ଘରଟାକି କୁହ

ଭଲରେ ଯେ ଠିଆ ହୋଇବ

ସୁନାର ଘରଟା ଚୁନା ହୋଇଯିବ

ଯିବା କଥା ଯଦି କହିବ ।

ଶାଶୂଟା ଦେଖିଲା ବୋହୂ ଗୁଣ ତାର

ଆନନ୍ଦାଶ୍ରୁ ତାର ଝରିଲା

କେଉଁ ଜନମର ପୁଣ୍ୟ ଫଳେ ସତେ

ଏମିତି ବୋହୂଟେ ମିଳିଲା ।

    ******

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର

ମୋ08892301143-


Rate this content
Log in

Similar oriya poem from Inspirational