Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Drama Abstract

2  

Binaya Bhusan Panigrahi

Drama Abstract

ପ୍ରେମର ଚିତ୍ର

ପ୍ରେମର ଚିତ୍ର

1 min
277



ପ୍ରଶ୍ନସବୁ ଭିନ୍ନଭିନ୍ନ

ଉତ୍ତର ଅଭିନ୍ନ କିନ୍ତୁ !

କଥା ନୁହେଁ

ଇଏ କେଉଁ ଧର୍ମ ଭାବନାର,

ଉତ୍ପୀଡିତ ପ୍ରଜା ଏବଂ

ସ୍ବେଚ୍ଛାଚାରୀ ଶାସକର,

ଉଦ୍ଧୃତାଂଶ ନୁହେଁ କେଉଁ

କଥା-କାହାଣୀର।


'ଗଙ୍ଗା କହିଲେ ଥିବି

ଗାଙ୍ଗୀ କହିଲେ ଯିବି' ର

ଧମକ ନଥାଇ ମଧ୍ୟ

ପାଳିବାକୁ ପଡେ ସବୁବେଳେ

ଏଣ୍ଡୁଅ ର ନିତୀ,

ମୁଣ୍ଡଟା ଟୁଙ୍ଗାରି ଦେବାକୁ ପଡେ

ଉପେକ୍ଷା କରି ନିଜ

ଇଛା ଅନିଛାକୁ,

ପ୍ରଭେଦ ନ ବାରି

ଭଲ ଆଉ ଭେଲ ର,

ଠିକ ଆଉ ଭୁଲର।


ସମୟ ବଦଳିଛି ବୋଲି

ବଦଳି ଯାଇଛି ସଂଜ୍ଞା 

ଭଲପାଇବାର,

ବଦଳିଥିବା ସମୟରେ

ଏଇତ ପ୍ରେମର ଚିତ୍ର,

ନିରାପଦ ରଖି ହୃଦୟକୁ

ନିଆଁ ସହ ଖେଳିବା ନିମନ୍ତେ

ଏଇତ ଅବ୍ୟର୍ଥ ସୂତ୍ର !

-------


Rate this content
Log in

Similar oriya poem from Drama