Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

3.8  

BISWESWAR MAJHI

Others

ସ୍ୱଭାବ କବି ଗଙ୍ଗାଧର ମେହେର

ସ୍ୱଭାବ କବି ଗଙ୍ଗାଧର ମେହେର

1 min
7.8K


ଅଗଷ୍ଟ ନ’ ଅଠରଶହ ବାଷଠି ଜନ୍ମିଲେ ସ୍ୱଭାବ କବି

ମାତୃଭୂମି ମାତୃଭାଷାର ମମତା ପାଇଁ ଉଦେ ଭାଷା ରବି ।

ମଂଗଳେ ଉଷାକୁ ନାରୀଟିଏ କରି ଛାଡିଲେ ସୀତାଙ୍କ ଠାରେ

ଏକଲା ପଣକୁ ଦୂର କରିବାକୁ ବାଲ୍ମୀକି ଆଶ୍ରମ ଧାରେ ।

ତନ୍ତ ବୁଣା ସଂଗେ କବିତା ବୁଣିବା ସହଜେ ପାଠ ଅଳପ

ବିଶ୍ଵବିଦ୍ୟାଳୟେ ମେହେର ସାହିତ୍ୟ ଗଢେ କେତେ ଗବେଷକ।

ଧନ୍ୟ ବରପାଲି ଅନ୍ତୁଡି ଶାଳଟି ପ୍ରଚଣ୍ଡ ପ୍ରତିଭାଧର

ପ୍ରଣାମ ଘେନ ହେ ସିଦ୍ଧ ସାଧକ ଗଂଗାଧର ମେହେର ।

ଚାରି ଅପ୍ରେଲ ଉଣେଇଶହ ଚବିଶ ତେଜିଲ ଜଗତ ମାୟା

'ତପସ୍ଵିନୀ' 'ଇନ୍ଦୁମତୀ' 'ପ୍ରଣୟ ବଲ୍ଲରୀ' କାୟା ବିନୁ ଯଥା ଛାୟା ।

ଓଡିଆର ହୀନମନ୍ୟତା ଘାରୁଛି ମା'କୁ କହୁଛି ମମ୍ମି

ଇଂରେଜୀରେ ଦି’ଟା ବାକ୍ୟ ଝାଡି ଦ୍ୟନ୍ତି ମିଳିବ କାଳେ ସଲାମି ।

ଓଡିଆ ସାହିତ୍ୟ ସଂଗ୍ରାମ କରୁଛି ଓଡିଆ ମିଳୁନି ଦେଖା

ମୁଷ୍ଟିମେୟ କିଛି ଅଣ୍ଟା ଭିଡୁଛନ୍ତି କାହିଁ ଗଲ ଆହେ ସଖା !!

-ବିଶ୍ଵେଶ୍ୱର ମାଝୀ-


Rate this content
Log in