Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Romance Tragedy

5.0  

ବି. ନିରୁପମା

Action Romance Tragedy

ଦେଲ ଏ ଦାରୁଣ ବ୍ୟଥା

ଦେଲ ଏ ଦାରୁଣ ବ୍ୟଥା

1 min
4.7K


ସେଦିନ ତୁମକୁ ଖୋଲି କହିଥିଲି

ମୋ ମନ ତଳର କଥା ,

ଏଡ଼ିକି ସଅଳ ଭୁଲିଯାଇ ତୁମେ

ଦେଲ ଏ ଦାରୁଣ ବ୍ୟଥା ।(୦)


କେତେ ଆଶ୍ୱାସନା ଦେଇଥିଲ ମୋତେ

ଛାଇ ଭଳି ଥିବ ପାଖେ ,

ବିପଦେ ଆପଦେ ସାହା ହେବ ପୁଣି

ଭାଗ ନେବ ଦୁଃଖେ,ସୁଖେ ।

ଆଶା,ଭରସା ମୋ ଅଧୁରା ରହିଲା

କୋଡ଼ି ହେଲି ଯାହା ମଥା ।(୧)

ଏଡ଼ିକି ସଅଳ ଭୁଲିଯାଇ କିଆଁ

ମୋ ମନରେ ଦେଲ ବ୍ୟଥା ।


ଏତେ କଥା ଯଦି ମନେ ରଖିଥିଲ

ଭରସାଟି ଦେଲ କିଆଁ ,

ତୁମକୁ ନେଇ ଯା' ଆଶା ବାନ୍ଧିଥିଲି

ସେଥିରେ ଲାଗିଲା ନିଆଁ ।

ମରୁ ରାଇଜର ମରୀଚିକା ହେଲ

ମିଳିଲାନି ତୁମ ପତ୍ତା ।(୨)

ଏଡ଼ିକି ସଅଳ ଭୁଲିଯାଇ କିଆଁ

ମୋ ମନରେ ଦେଲ ବ୍ୟଥା ।


ସେଦିନ ତୁମକୁ ଖୋଲି କହିଥିଲି

ମୋ ମନ ତଳର କଥା ,

ଏଡ଼ିକି ସଅଳ ଭୁଲିଯାଇ କିଆଁ

ଦେଲ ଏ ଦାରୁଣ ବ୍ୟଥା ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action