Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta None

Others

3  

Abhakanta None

Others

ଶୁଉଣୁ ବଉଳ

ଶୁଉଣୁ ବଉଳ

1 min
6.7K


ବଳେଇ ପଡୁଛି ବେଳକୁ ବେଳ ଏ ବେଳ ବଉଳ

ନୂଆ ଯଉବନେ ଭଲ ଲାଗୁଛି ଲୋ ଗୋଳ ଚହଳ -୦-

ମନରେ ଛାଉଛି ଅଜବ ନିଶା

ବଖାଣିବାକୁ ଲୋ ପାଉନି ଭାଷା

ପିଇଛି କି ସତେ ମିଠା ମହୁଲି

ଛାଆଁକୁ ହୃଦୟ ଯାଏ ଚହଲି

ବଉଳ ଲୋ ତତେ

ଲାଗୁଛି କେମନ୍ତେ

ଫେରନ୍ତା ଡାକରେ ସବୁ ଲେଖି ପଠେଇବୁ ସଅଳ -୧-

କଥାଛଳେ ପଚାରିଲେଣି ବହୁ

ଶୁଣି ଖାଲି ହସି ଦେଉଛି ବୋଉ

ଶୁଣିଲି ଖୁଡୀକୁ କହିଲା ଦିନେ

" ଛୁଟିରେ ଆସିଲେ ଇଏ ଏ ସନେ

ଦୁହେଁ ବିଚାରିବୁ

କିଛିଟା କରିବୁ

ଭଲ ଘର-ବର ଦେଖି ଉଠେଇବୁ ଠିଇକି ବେଳ -୨-

ଶୁଣିବା ଦିନୁ ତା' କଥା ଲୋ ସାଙ୍ଗ

ଭାବଟା ହେଉଛି ରଙ୍ଗ ବେରଙ୍ଗ

ଚିଡୁଥିଲି ଯା'ରେ ଭଲ ପାଉଛି

ବାହାନା ନ କରି କାମ କରୁଛି

ସତରେ କହୁଛି

ଭଲ ବି ଲାଗୁଛି

ମନ୍ଦିର ଯାଉଛି ଆଉ ଖରକୁଛି ଗୋରୁ ଗୁହାଳ -୩-


Rate this content
Log in