ରଙ୍ଗ ଆସେ ରଙ୍ଗ ଯାଏ
ରଙ୍ଗ ଆସେ ରଙ୍ଗ ଯାଏ
1 min
1.3K
ବାସହୀନ ଫୁଲ ସିନା
ମନ୍ଦିରରେ ନୁହେଁ ଦରକାରୀ ।
ବାସହରା ଫୁଲେ ଯେବେ
ରଙ୍ଗ ହୀନ ବାସ ଯାଏ ଭରି ।
ଫେରିଆସେ ତା' ଅତୀତ
ମହ ମହ ମନ୍ଦିର ଅଗଣା ।
ସବୁ ପ୍ରଜାପତି ତା'ର
ହୋଇଯା'ନ୍ତି ଅତି ଜଣାଶୁଣା ।
ରଙ୍ଗ ଆସେ ରଙ୍ଗ ଯାଏ
ସୁବାସ ତ ଚିରନ୍ତନ ସତ୍ୟ ।
ମିଛ ମହକରେ କିଆଁ
ଭୁଲିଯିବା ସତର ମହତ୍ବ !