Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Others

3  

Neelima Nivedita Behera

Others

ପ୍ରଥମ ଗୀତ

ପ୍ରଥମ ଗୀତ

1 min
6.8K


ତମେ ବୁଝେଇବାରେ ଅପାରଗ

ନା ମୁଁ ବୁଝିବାରେ ଅସମର୍ଥ

ତମେ ପରିସ୍ଥିତି ଚାପରେ ହୁଏତ ନିରବ ଥାଇପାର

ମୁଁ କିନ୍ତୁ

ପ୍ରତୀକ୍ଷାର ପର୍ବତ ପାଖରେ ମଥାନତ ।

ସମୟ ତ ଆଲୋକ ପିଠିରେ ବସି

ଆତଯାତ ହୁଏ

ଦିନ ପରେ ରାତି, ରାତି ପରେ ପୁଣି ଦିନର

ମାୟା ରଚୁଥାଏ,

ଝୁଲୁଥାଏ କେବଳ ବିନ୍ଦୁଏ ଲୁହ

ସେଇ ଅସ୍ତଗାମୀ ଅତୀତର ଆଢୁଆଳରେ

ହାତ ଧରାଧରି ନହେଇ ବି ଯେଉଁଠି

ଛନ୍ଦିଥିଲେ ଆମେ

ଫିକା ଗୋଲାପି ରଙ୍ଗର ଭାବ ।

ପ୍ରେମ, ପ୍ରଣୟ, ପ୍ରୀତି ସବୁ ଅଲେଖା ଚିଠି

ବସନ୍ତର ଶେଷ ଉପାନ୍ତରେ ସବୁଜିମା ସବୁଠି

ହେଲେ କାହିଁକି କେଜାଣି

ମୁହଁ ଫୁଲାଇଥିଲା ମୋ ବାଲକୋନୀର ମନିପ୍ଲାଣ୍ଟ

ଆଖି ଛଳ ଛଳ କରୁଥିଲେ ଆକ୍ଵାରମର ଡିକି, ଡେଭିଲ ଓ ଡାନିଏଲ

ଷ୍ଟଡିରୁମରେ ଗୁମୁରୁଥିଲା କେହି ଜଣେ।

ପଚାରି ବୁଝେ ତ

ଦଶମ ଶ୍ରେଣୀ ରଚନା ବହି ଭିତରେ ସେ

ଲୁଚିଥିବା ମୋ ପ୍ରଥମ ଗୀତ ।


Rate this content
Log in