Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Romance

5.0  

ପ୍ରଶାନ୍ତ କୁମାର ବେହେରା

Romance

ହୃଦଘାତ

ହୃଦଘାତ

1 min
5.9K



ମୋ ସ୍ୱପ୍ନର ମାନସୀ

ତୁ ଏତେ ଲାଜ

ଆଉ କରନା ଗୋରୀ

ହୃଦଘାତରେ ମୁଁ ପରା

ଗଲିଣି ମରି ।


ତୋ ଆଖିରେ ଯେବେ

ମୋ ଆଖି ମିଶେ

ଲାଜରେ ସୌନ୍ଦର୍ଯ୍ୟର

ମାତ୍ରା ତୋର

ଦ୍ୱିଗୁଣିତ ହୁଏ ।

ଛପି ଛପିକା ଲାଜ

ଅଉ ତୋ ଗୋପନ

ପ୍ରେମର ବର୍ଷାରେ

ମୋ ଛାତି ଥରେ ।

ତୋ ଅଳସ ଦେହର

ଭର୍ ପୁର୍ ସୌନ୍ଦର୍ଯ୍ୟ

ମୋତେ ଆନମନା କରେ ।


ମୁକୁଳିତ କେଶରାଶି

ସହ ରୂପାଜହ୍ନ ପରି

ସୌନ୍ଦର୍ଯ୍ୟରେ ଭର୍ ପୁର୍

ତୋ ଚମ୍ପାଫୁଲିଆ

ମୁହଁକୁ ଦେଖିଦେଲେ

ଆଖିରେ ମୋ

ବିଜୁଳି ଚମକେ

ଆଉ ହୃଦୟରେ

ଘଡଘଡି ମାରେ ।


ମୋତେ ସାମ୍ନାରେ

ହଠାତ୍ ଦେଖିଦେଲେ

ଗଜଗାମିନୀ ଚାଲିରେ

ତୋର ଫୁଟିଉଠେ

ବନ ହରିଣୀର

ଶଙ୍କାଗ୍ରସ୍ତ ଇତଃସ୍ତତ ଓ

ଛନ ଛନ ଭାବରେ

ଶିହରଣ ଖେଳିଯାଏ

ମୋ ଦେହ ଓ ମନରେ ।


*******************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in