Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ମଦକୁ ରାଜସ୍ୱ କରି ଆମ ସରକାର

ମଦକୁ ରାଜସ୍ୱ କରି ଆମ ସରକାର

1 min
6.8K


ମଦକୁ ରାଜସ୍ୱ କରି ଆମ ସରକାର

 

ପର୍ଶୁରାମ ବିଶ୍ୱାଳ

 

ଦେଖୁଚୁରେ ଜଗା ମଦକୁ ରାଜସ୍ୱ କରି ଆମ ସରକାର

ପ୍ରଗତି ନାଆଁରେ ଦୁର୍ଗତିର ବାଟ କରିଚନ୍ତି ପରିଷ୍କାର

ଉଜୁଡ଼ିଯାଉଚି ସଜଡ଼ା ସଂସାର

ଦେଖୁଚୁ କଳାଠାକୁର ।

 

ମଦୁଆ ଘରଣୀ କାନ୍ଦେ କଇଁକଇଁ, ଅଭେକ ତା ପିଲାଛୁଆ

ଦିନରାତି ଖାଲି ଗର୍ଜନତର୍ଜନ, କେ’ କହିବ କାହିଁ ଆହା

ତେଲଲୁଣ କଥା ବୁଝିବ କୋଉଠି

ମଦଟି ସରଗ ତା’ର ।

 

ଦିନଯାକ ଖଟି ଦିନମଜୁରିଆ ସଞ୍ଜକୁ ଭାଟିରେ ଭିଡ଼

ଖାଲିହାତେ ଫେରେ, ଚାଉଳଟି ନାହିଁ, ଭାରିଯାକୁ ମୁହଁତୋଡ଼

ଘରଟିକି ତା’ର ବାନ୍ତିରେ ଭସାଏ

ଉଚ୍ଛନ୍ନ ହୁଏ ସଂସାର ।

 

ଗଣତନ୍ତ୍ର ଦେଶେ ଯେତେ ସରକାର ଅଛନ୍ତି ଏଇ ଅବନୀ

ପ୍ରଥମ ଆର୍ଥିକ ମାନ ବଢ଼ାଇବା ଲୋକଟି ହବରେ ଧନୀ

ମଦ ଖାଇଯାଏ ତା ସବୁ ପଇସା

କି ହବ ସଞ୍ଚୟ ତା’ର ?

 

ମଦ ପଇସାରେ ଏଇ ରାସ୍ତାଘାଟ କି ମୂଲ ଅଛି ବା କହ

ଯା’ପାଇଁ ବଢ଼ିଚି ଚୋରି ଡକେଇତି, ଆକର୍ଷଣ ନାରୀଦେହ

ବୁଝେଇ କହ ତୁ ନିଶାମୁକ୍ତ ହେଉ

ରାଜସ୍ୱ ଛାଡୁ ସର୍କାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in