Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Inspirational

2  

Amiya Bej

Inspirational

ପାଦ

ପାଦ

1 min
7.2K


 ଏଇ ! ଦେଖ ,

ଏଠି ଲାଗିଛି ପାଦର ବଜାର ।

ଆଗରେ ପାଦ , ପଛରେ ପାଦ

କଡରେ ପାଦ , ପାଦ ଉପରେ ପାଦ !

ଯେ'ଆଡେ ଦେଖ , ପାଦ ଆଉ ପାଦ ।

ଏଠି ପାଦଙ୍କର ଗୋଟେ ସମୁଦ୍ର !!



ପାପପାଦ , ପୂଣ୍ୟପାଦ

ଶତ୍ରୁପାଦ , ମିତ୍ରପାଦ

ଦୁଷ୍ଟପାଦ , ଧୀରପାଦ

ଲକ୍ଷ୍ମୀପାଦ , ନିଃସ୍ୱପାଦ

କୁନିପାଦ , ଶେଷପାଦ(!)

କିଛି ଅଲିଅଳୀର , କିଛି ବିରହଣୀର

କିଛି ବିଶ୍ୱାସର , କିଛି ଦୀର୍ଘଶ୍ୱାସର

କିଛି ଫେରିବାର , କିଛି ଯାଉଥିବାର !


ପାଦ ହଳକର କ'ଣ ଥାଏ କିଛି ଅସ୍ତିତ୍ୱ ???

କେବେ ଖୋଜେ , କେବେ ହଜେ

କେବେ ଢେଉ ଧୋଇନିଏ ,ସବୁଯାକ ସ୍ଥାୟିତ୍ୱ !!

ଏଈ ! ଦେଖ ,

ଲାଗିଛି ଏଠି ପାଦବଜାର ,

ପର ଚର୍ଚ୍ଚା ଅଚର୍ଚ୍ଚାରେ ,

କାହା ଘୃଣାସନ୍ଦେହରେ ,

ସତ୍ତା ହାରିଲାଣି ପାଦ , ତୋଓର ମୋଓର !!!!

ଏଇ ! ଦେଖ ,

ଏଠି ଲାଗିଛି ପାଦର ବଜାର ।



👣 ଅମୀୟ ବେଜ୍


Rate this content
Log in