ଛାଇ ଆଲୁଅ
ଛାଇ ଆଲୁଅ
1 min
457
ମଧୁ ଭିଜା ଏହି ଫଗୁଣର ସ୍ମୃତି
ହୃଦୟ ଫଳକେ ଲେଖା
ମିଳନ ହେଉ ବା ବିଚ୍ଛେଦ ହେଉ ସେ
ଜୀବନର ଲେଖା ଯୋଖା ॥
ଆଶା ନିରାଶାର ଦୋଛକିରେ ଆମେ
ଚିହ୍ନିପାରେ ନାହିଁ ଦିଗ
ସୁଖ ଦୁଃଖ ସମ ଭାବେ ବିଚାରିଲେ
ଜୀବନେ ନାହିଁ ବିରାଗ ॥
ଅନ୍ଧାର ନଥିଲେ ଆଲୋକର ମୂଲ୍ୟ
ବୁଝିକି ପାରନ୍ତେ ଆମେ
ଛାଇ ଆଲୁଅର ଖେଳ ଖେଳିବାକୁ
ଜନ୍ମ ନେଇଛେ ଏ ଧାମେ ॥
କଣ୍ଟକିତ ଏହି ଜୀବନର ପଥ
ଚାଲିବାକୁ ହିଁ ପଡିବ
କଣ୍ଟକ ଯାତନା ସହି ନ ପାରିଲେ
ଫୁଲର ସୁଖ କେ ଦେବ ?
******