Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sujata Dash

Tragedy

3  

Sujata Dash

Tragedy

ମୁଁ ବି

ମୁଁ ବି

1 min
336


ବହୁତ କିଛି କହିବି ବୋଲି ବୋଉ କତିକି ଯାଇଥିଲି

ହେଲେ ...ତା' ର ନାଲି ଆଖି ଆଉ ଆକଟ ଦେଖି

ସବୁ ପାସୋରି ଦେଲି

କହିଥାନ୍ତି ..ଟିଉସନ ମାଷ୍ଟ୍ରଙ୍କ କଥା

ଇସ୍କୁଲ ଶାମସାରଙ୍କର ଗାଥା

ଘରପାଖ ଚୁନୁକାକାଙ୍କ ଫIଜିଲାମି

ନିଇତି ସନ୍ଧ୍ୟାଉତ୍ତାରୁ ଖଣ୍ଡିକାଶ ମାରି ଡାକନ୍ତି

"କ'ଣ କରୁଥିଲୁ କି ମାମି?

ଏଣିକି ଆସୁନୁ ....ଏଣିକି ଆ ବା !"

ଶୁଣି ନ ଶୁଣିଲା ଭଳିଆ ହୁଏ

ଦିଅଁଙ୍କ ପାଖରେ ସଞ୍ଜ ଦେଲାବେଳେ

ତୁନି ତୁନି ମନକଥା କହେ

ଦି ଟୋପା ଲୁହ ନିଗଡ଼ାଏ

ନରରୂପୀ ଅସୁର ଏମାନେ

ମହାପ୍ରୁ ! ଚଖାନ୍ତା କି କିଏ ୟାଙ୍କୁ ପାନେ

...............................................

ଥାନାରେ ଏତେଲାଦେବାକୁ ଡର

ନିଶୁଆ ଦାରୋଗା ବାବୁଙ୍କର ତେଢ଼ା ନଜର

ରାତି ବିକାଳି ଡକେଇ ପଠେଇବେ

ଘନ ଘନ ଜେରା ଚଲେଇବେ

କେଶ କୋଟକୁ ଚାଲାଣ ହବ

ଫଇସଲା ହବା ଯାକେ ଦଉଡି ଦଉଡି ଗୋଡ଼ରୁ ପାଣି ମରିବ

ୟା ଠୁ ଭଲ

ମୁଁ ବି ଚୁପ ରହିଯିବି

ସବୁ କିଛି ସହିଯିବି

ଏ ବୟସ ରେ ବୋଉକୁ ଆଉ ଦୁଃଖ ନ ଦେବି

ଦିଅଁଙ୍କ ପାଖେ ମନାସିବି ନିତି

କଳିଯୁଗ ର ବେଗି ହଉ ଇତି I


Rate this content
Log in