Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bikesh Sahu

Inspirational Others

0  

Bikesh Sahu

Inspirational Others

ସେ ତ ଜନନୀ

ସେ ତ ଜନନୀ

1 min
174


ମୋତେ ତୁମେ ଜନ୍ମ ଦେଲ

କେତେ ଯେ କଷ୍ଟ ସହି

କେତେ ଯେ ଦୁର୍ଘଟଣା ଦୁର୍ବିସହର

ପଦାଘାତକୁ ଖାତିର ନ କରି

ଛୋଟଟିରୁ ମୋତେ ବଡଟିଏ କଲ

ବକ୍ଷର ଅମୃତ ଦେଇ ।

କେତେ ଅଳି ଆଉ କେତେ ଯେ ଅଝଟ

କେତେ ପଦାଘାତ ସହି

ତା’ରି ବଦଳରେ ଅଜାଡି ଦେଇଛ

ସ୍ନେହ ଶତ ଗୁଣା କରି

କେତେ ରାତି ତୁମେ ଅନିଦ୍ରା ରହିଛ

ମୋତେ ତୁମେ ଜଗି ରହି ।

ନ ଖାଇ ଯେ ତୁମେ କେତେ ଖୁଆଇଛ

ଜହ୍ନ ମାମୁଁ ଗୀତ ଗାଇ

ହାତ ଧରି ତୁମେ ଚାଲି ଶିଖେଇଛ

କେମିତି ପାରିବି ଭୁଲି

ବଞ୍ଚିବାର ତୁମେ ଦେଲ ପରିଚୟ

ତୁମେ ତ ମୋର ଜନନୀ ।

କଣ ବା ଆଉ ମାଗିବି

ତୁମରି କୃପାରୁ ବଞ୍ଚିଛି ମାଆ ଲୋ

ପରିଚୟ ଟିଏ ନେଇ ।


Rate this content
Log in